ଜୀବିତ ଯୁବତୀ ସୁଭଦ୍ରା ପୋର୍ଟାଲରେ ମୃତ ମିଳିଲା

ଜୀବିତ ଯୁବତୀ ସୁଭଦ୍ରା ପୋର୍ଟାଲରେ ମୃତ ମିଳିଲା ସୁଭଦ୍ରା ପ୍ରଥମ କିସ୍ତି । ଦ୍ବିତୀୟ କିସ୍ତି ପାଇଁ ଗଲାବେଳେ ଯୁବତୀ ପୋର୍ଟାଲରେ ମୃତ୍ୟୁ । ନା ଚଳୁଛି ଆଧାର କାର୍ଡ ନା କାମରେ ଲାଗୁଛି ସ୍ବାସ୍ଥ୍ୟ ବିମା କାର୍ଡ । ଦୀର୍ଘ ଦିନରୁ ଜୀବିତ ହୋଇ ବି ସରକାରୀ କାଗଜପତ୍ରରେ ମୃତ ହୋଇଯାଇଛନ୍ତି ଆଦିବାସୀ ଯୁବତୀ । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ କିଆଙ୍ଗ ପଞ୍ଚାୟତ ଅଧିନ ସର୍ଗୀଗୁଡାରେ ଏମିତି ଜଣେ ଯୁବତୀଙ୍କ ମୃତ କାହାଣୀକୁ ନେଇ ଦ୍ବନ୍ଦ ରେ ସରକାରୀ ବାବୁ । ଗାଁର ସନମତି କଟପାଡିଆ । ଆଜି କିଆଙ୍ଗ ଠାରେ ବିଡିଓଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଆସି ଏଭଳି ଅଭିଯୋଗ କରିଛନ୍ତି । ସୁଭଦ୍ରାର ପ୍ରଥମ କିସ୍ତି ଅର୍ଥ ପାଇବା ପରେ ଦ୍ବିତୀୟ କିସ୍ତି ସମୟରେ ସେ ମୃତ ହୋଇଥିବା ଦର୍ଶାଯାଇଛି । ଏହାର ପ୍ରଭାବ ରେ ତାଙ୍କ ଆଧାର କାର୍ଡ ସମେତ , ସ୍ବାସ୍ଥ୍ୟ ବିମା , ରାସନ କାର୍ଡ ମଧ୍ୟ କାମରେ ଲାଗୁନାହିଁ । ଗରିବ ଯୁବତୀ ଜଣକ ସ୍ବାସ୍ଥ୍ୟକ୍ଷେତ୍ରରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ତେବେ ସନମତିଙ୍କୁ ମୃତ୍ୟୁ ବୋଲି ଦର୍ଶାଯାଇଛି । ଏହାକୁ ଗୁରୁତ୍ବ ସହ ନେଇ କାହିଁକି ଏପରି ହୋଇଛି ଏବଂ ଜୀବିତ ସମନତିଙ୍କୁ କିପରି ନ୍ୟାୟ ମିଳିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମାଥିଲି ବିଡିଓ ପ୍ରମୋଦ କୁମାର ବେହେରା ।

Leave a Reply

Your email address will not be published. Required fields are marked *