ସାତ ଭଉଣୀ ପିଠରେ ପ୍ରଥମ ଟ୍ରଷ୍ଟି ବୈଠକ ଅନୁଷ୍ଠିତ

ଭଦ୍ରକ, ପ୍ରତିନିଧି: ଭଦ୍ରକ ବ୍ଲକ ଅନ୍ତର୍ଗତ କୋର୍କରା ପଞ୍ଚାୟତର ବିଲାବାଡ଼ି ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ମାଁ ସାତ ଭଉଣୀ ପିଠରେ ପ୍ରଥମ ଟ୍ରଷ୍ଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମାଁ ସାତ ଭଉଣୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସୁରକ୍ଷା, ରକ୍ଷଣାବେକ୍ଷଣ ଏବଂ ପିଠର ସାମଗ୍ରିକ ଉନ୍ନତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।ବୈଠକରେ ଟ୍ରଷ୍ଟର ସଭାପତିଙ୍କ ଅଧ୍ୟକ୍ଷତାରେ ଭଦ୍ରକ ବ୍ଲକର ବିଡିଓ, ଗ୍ରାମାଞ୍ଚଳ ଥାନାର ଆଇଆଇସି, ଅନ୍ୟାନ୍ୟ ଟ୍ରଷ୍ଟି ସଦସ୍ୟ, ଗ୍ରାମର ବରିଷ୍ଠ ବ୍ୟକ୍ତିବର୍ଗ ଏବଂ ବହୁ ଭକ୍ତ ଉପସ୍ଥିତ ରହିଥିଲେ।ପିଠର ପାରମ୍ପରିକ ଗୌରବ ବଜାୟ ରଖିବା, ଭକ୍ତମାନଙ୍କ ପାଇଁ ଆବଶ୍ୟକ ସୁବିଧା ବୃଦ୍ଧି କରିବା, ମନ୍ଦିର ପରିସରର ସୌନ୍ଦର୍ଯ୍ୟକରଣ ଏବଂ ଧାର୍ମିକ କାର୍ଯ୍ୟକ୍ରମଗୁଡ଼ିକୁ ଅଧିକ ସୁଚାରୁରୂପେ ପରିଚାଳନା କରିବା ନେଇ ବିଭିନ୍ନ ପ୍ରସ୍ତାବ ଉପରେ ମତବିନିମୟ ହୋଇଥିଲା।ଶେଷରେ ପିଠର ସର୍ବାଙ୍ଗୀଣ ବିକାଶ ପାଇଁ ସମସ୍ତ ଟ୍ରଷ୍ଟି ଓ ଗ୍ରାମବାସୀଙ୍କ ସହଯୋଗ କାମନା କରାଯାଇଥିଲା। ବୈଠକ ସୁସମ୍ପନ୍ନ ହେବା ପରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଯାଇଥିଲା।

Leave a Reply

Your email address will not be published. Required fields are marked *