ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଜଣେ ବ୍ୟକ୍ତି ଜଣେ ଭକ୍ତଙ୍କ ଠାରୁ ସୁନା ଚେନ୍ ଚୋରି କରି ନେଇଥିଲେ।

ସକାଳ ସମୟରେ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଜଣେ ବ୍ୟକ୍ତି ଜଣେ ଭକ୍ତଙ୍କ ଠାରୁ ସୁନା ଚେନ୍ ଚୋରି କରି ନେଇଥିଲେ। ଏହା ଜାଣିପାରି ସମ୍ପୃକ୍ତ ଭକ୍ତ ନିକଟସ୍ଥ ପୋଲିସ କର୍ମଚାରୀଙ୍କୁ ସୂଚନା ଦେଇଥିଲେ।ସୂଚନା ପାଇବା ମାତ୍ରେ ପୁରୀ ପୋଲିସର ସାଧା ପୋଷାକଧାରୀ Anti-Snatching Team ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ କାବୁ କରିଥିଲେ।ତଲାସି ସମୟରେ ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୩୫ ଗ୍ରାମ ଓଜନର ଚୋରି ହୋଇଥିବା ସୁନା ଚେନ୍ ଉଦ୍ଧାର କରାଯାଇଥିଲା। ଏହି ସମ୍ପର୍କରେ ସିଂହଦ୍ୱାର ଥାନା କେସ୍ ନଂ-139/26, ଧାରା 309(6) BNS ରୁଜୁ କରାଯାଇଛି। ଅଭିଯୁକ୍ତ ଦୀପକ ଯାଦବଙ୍କୁ ଗିରଫ କରାଯାଇଛି। ଉଦ୍ଧାର ହୋଇଥିବା ସୁନା ଚେନ୍‌କୁ ଆଇନାନୁସାରେ ଜିମାନାମା କାର୍ଯ୍ୟ ସମ୍ପାଦନ କରି ଅଭିଯୋଗକାରୀଙ୍କ ଜିମାରେ ପ୍ରଦାନ କରାଯାଇଛି।ପୁରୀ ପୋଲିସ ଶ୍ରୀମନ୍ଦିର ପରିସରରେ ଭକ୍ତମାନଙ୍କ ସୁରକ୍ଷା ଓ ଅପରାଧ ନିୟନ୍ତ୍ରଣ ପାଇଁ ସଦା ସତର୍କ ଓ ପ୍ରତିବଦ୍ଧ ରହିଛି।

Leave a Reply

Your email address will not be published. Required fields are marked *