ଦଇତାପତି ନିଯୋଗ ପକ୍ଷରୁ ପୁରୀ ନିଳାଦ୍ରୀ ଭକ୍ତ ନିବାସରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଦଇତାପତି ନିଯୋଗ ପକ୍ଷରୁ ପୁରୀ ନିଳାଦ୍ରୀ ଭକ୍ତ ନିବାସରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ପୁରୀ ଏସପି ପ୍ରତୀକ ସିଂ ଏବଂ କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ ଏହି ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ମହାପ୍ରଭୁଙ୍କର ଶ୍ରୀଅଙ୍ଗ ଲାଗି ସେବକ ଭାବେ ଦଇତାପତି ସେବକ ମାନେ ସେବା କରି ଆସୁଛନ୍ତି। ତେବେ ମାନବ ସେବା ହିଁ ମାଧବ ସେବା ଉକ୍ତିକୁ ଲୋକଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇବା ଉଦ୍ଦେଶ୍ୟରେ ଦଇତାପତି ନିଯୋଗର ରକ୍ତଦାନ ଶିବିରକୁ ପ୍ରଶଂସା କରିଛନ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥି ମାନେ। ଆଗକୁ ମହାପ୍ରଭୁଙ୍କ ରଥଯାତ୍ରା ଆସୁଥିବା ବେଳେ ଦଇତାପତି ନିଯୋଗ ର ସହଯୋଗରେ ରଥଯାତ୍ରା ଆୟୋଜନ ସଫଳ ହେବ ବୋଲି ପୁରୀ ଜିଲ୍ଲାପାଳ, ଏସପି ଏବଂ କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ଆଶା ରଖିଛନ୍ତି। ସେପଟେ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି ଲୋକଙ୍କୁ ସେବା ଏବଂ ସାହାଯ୍ୟ ଯୋଗାଇବାପାଇଁ ଦଇତାପତି ନିଯୋଗ ସବୁବେଳେ ପ୍ରସ୍ତୁତ ରହିଛି। ବିଭିନ୍ନ ସମୟରେ ରକ୍ତଦାନ ସହିତ ବିଭିନ୍ନ ସାମାଜିକ କାର୍ଯ୍ୟ ମଧ୍ୟ ନିଯୋଗ ପକ୍ଷରୁ କରାଯାଉଛି। ଏଣୁ ଆଗାମୀ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ ଦଇତାପତି ନିଯୋଗ ସମ୍ପୂର୍ଣ୍ଣ ଭାବେ ପୁରୀ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବ ବୋଲି ନିଯୋଗର ସମ୍ପାଦକ କହିଛନ୍ତି।

Leave a Reply

Your email address will not be published. Required fields are marked *