ରଥଯାତ୍ରା ରେ ଏଲ ଇ ଡି ଟିଭି ବ୍ୟବସ୍ଥା ପାଇଁ ଭୂମି ପୂଜନ ଅନୁଷ୍ଠିତ।

ପୁରୀ ୮/୬ ଚଳିତ ରଥଯାତ୍ରା ରେ ଶ୍ରଦ୍ଧାଳୁ ଓ ଯାତ୍ରୀ ମାନଙ୍କ ସୁବିଧା ପାଇଁ ସରକାରଙ୍କ ସୂଚନା ଓ ଲାଗି ସମ୍ପର୍କ ବିଭାଗ ପକ୍ଷରୁ ବଡଦାଣ୍ଡ ସହ ଜିଲ୍ଲା ଓ ଜିଲ୍ଲା ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଏଲଇଡି ଟିଭି ର ବ୍ୟବସ୍ଥା କରାଯାଉଛି।ଲାଗିବାକୁ ଥିବା ୬୫ ଗୋଟି ଏଲ ଇ ଡି ଟିଭି ଦାୟିତ୍ୱ ନେଇଥିବା ଓଟିମୋ ଭିଜୁଆଲସ ସଂସ୍ଥା ସ୍ଥାପନ ସହ ରକ୍ଷଣାବେକ୍ଷଣ ଦାୟିତ୍ୱ ନେବେ।ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ଵ ଦ୍ବାର କୌଶଲ୍ୟା ଦାସ

ମଠ ନିକଟରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଭୂମି ପୂଜନ କରିଥିଲେ।କାର୍ଯ୍ୟକ୍ରମ ରେ କୌଶଲ୍ୟା ଦାସ ମଠ ମହନ୍ତ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଓଟିମୋ ଭିଜୁଆଲସ ର ମୁଖ୍ୟ ବି କେ ସ୍ବାଇଁ,କୋର୍ଡିନେସର ମ୍ୟାନେଜର ସୁଶୀଲ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *