ଭୁବନରେ କାୟା ମେଲାଉଛି ଡ଼ାଇରିଆ,୧ ମୃତ ୪୧ ଆକ୍ରାନ୍ତ
ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସିର ଓ୍ବାଡରେ ବଢ଼ି ଚାଲିଛି ଡ଼ାଇରିଆ। ଭୟଙ୍କର ହେବାରେ ଲାଗିଛି ଡ଼ାଇରିଆ। ଡ଼ାଇରିଆରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ୪୧ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି।ମୃତ ବ୍ୟକ୍ତି ଜଣଙ୍କ ଭୁବନ ଏନ୍ ଏ ସି ୱାର୍ଡ ନମ୍ବର 12 ଦଳିତ ବସ୍ତିର କୃପାସିନ୍ଧୁ ମଳିକ ।ପରିବାର ଲୋକ ଝାଡାରେ ମୃତ୍ୟୁମରଣ କରିଛନ୍ତି ବୋଲି ଅଭିଯୋଗ କରୁଥିବା ବେଳେ ଡାକ୍ତର ଖଣ୍ଡନ କରିଛନ୍ତି। ତେବେ ସମସ୍ତ ଡ଼ାଇରିଆ ରୋଗୀଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।ତେବେ ଅନେକ ରୋଗୀ ଘରେ ରହି ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଆଶାକର୍ମୀ ଓ ଅଙ୍ଗନୱାର୍ଡି କର୍ମୀମାନେ ପ୍ରାଥମିକ ଚିକିତ୍ସାରେ ସହଯୋଗ କରିଛନ୍ତି। ତେବେ କେଉଁ କାରଣ ଯୋଗୁଁ ବିଭିନ୍ନ ୱାର୍ଡରେ ଝାଡା ବାନ୍ତି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ତାହା ଅସ୍ପଷ୍ଟ ରହିଛି। ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ଟିମ ପହଞ୍ଚି ରୋଗୀଙ୍କ ଚିକିତ୍ସାରେ ସହଯୋଗ କରୁଛନ୍ତି। ଘଟଣା ସ୍ଥଳରେ ମୁଖ୍ୟ ଚିକିତ୍ସା ଅଧିକାରୀ ସଞ୍ଜୟ କୁମାର ମହାପାତ୍ର, କାମାକ୍ଷାନଗର ଉପଜିଲାପାଳ ଦିନମଣି ନାଇକ ତହସିଲଦାର ସୂର୍ଯ୍ୟ ଶଙ୍କର ଦାସ, ବିଧାୟକ ଶତ୍ରୁଘ୍ନ ଜେନା ନଗରପାଳ ଶୁଭେନ୍ଦୁ କୁମାର ସାହୁ, ନିର୍ବାହି ଅଧିକାରୀ ପ୍ରଦାତ ସାହୁ , ମୁଖ୍ୟ ଡାକ୍ତର ରମେଶ ଚନ୍ଦ୍ର ସାହୁ ଘଟଣା ସ୍ଥଳ ପରିବର୍ତ୍ତନ କରି ଥିଲେ। ଜନସ୍ୱାସ୍ଥ୍ୟ ବିଭାଗର ଯନ୍ତୀଙ୍କ ଅନୁପସ୍ଥିତ କୁ ନେଇ ପ୍ରଶାସନ ଚିନ୍ତା ପଡ଼ିଯାଇଛି।
ତେବେ ମୃତ କୃପାସିନ୍ଧୁଙ୍କ ଘର ଆଗରେ ଡ୍ରେନ୍ ମୁକୁଳା, ଅମୃତ ଯୋଜନା ରେ ଖୋଲା ଯାଇଥିବା ପାଇପୀ ଲାଇନ ସହିତ ଗୁହାଳ ର ମୁତ ମିଳିଥିବାରୁ କ୍ଷୋଭ ପ୍ରକାଶ କରାଯାଇଛି। ପ୍ରଶାସନ ପକ୍ଷରୁ ମୃତକ ପରିବାର କୁ ରେଡକ୍ରସ ପକ୍ଷରୁ 10 ହାଜର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ପାଉଚ ପାଣି ଓ ଷ୍ଟ୍ରିଟ ଫୁଡ୍ ଷ୍ଟଲ୍ ଉପରେ ଚଢାଉ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।
