୧୦ ଦିନରେ ଅଧ୍ୟାପକ ଓ କର୍ମଚାରୀଙ୍କ କାର୍ଯ୍ୟବନ୍ଦ।
ଗୋପ,୨୫.୦୮ ପୁରୀ ଗୋପ ବ୍ଲକ ଅଧୀନସ୍ଥ ବନ୍ତଳିଗ୍ରାମ ପଞ୍ଚାୟତର ବଇରିପୁର ସ୍ଥିତ ରାଧାବଲ୍ଲଭ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଗତ ୧୦ ଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀଙ୍କ ସଙ୍ଘ ଅହ୍ୱାନକ୍ରମେ ୨୦୦୮ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ଚାକିରୀ କରିଥିବା କର୍ମଚାରୀଙ୍କୁ ସରକାରୀ ଅନୁଦାନ ପ୍ରଦାନ ଦାବିରେ ଅଧିକାର ଯାତ୍ରା- ୫ ଅନୁଯାୟୀ ଗତ ୧୬ ତାରିଖରୁ କଲେଜ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନରତ ଅଧ୍ୟାପକ, ଅଧ୍ୟାପିକ ଓ କର୍ମଚାରୀଙ୍କ ଦାବି ପୁରଣ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଓଡ଼ିଶା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ଗୋପ ବ୍ଲକ ଶାଖାର କର୍ମକତ୍ତା ପ୍ରକାଶ କରିଛନ୍ତି ।ଏହି ଆନ୍ଦୋଳନ ଯୋଗୁଁ କଲେଜରେ ଶିକ୍ଷା ବ୍ୟବସ୍ଥା ବିଗିଡିବା ସହ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ପାଠ ପଢି ନପାରି କଲେଜରେ ଏଣେତେଣେ ବୁଲୁଛନ୍ତି। ସେମାନଙ୍କର ଭବିଷ୍ୟତ ଓଁ ଆଗାମୀ ପରୀକ୍ଷା ନେଇ ଚିତିନ୍ତ ହୋଈ ପଡିଛନ୍ତି। ତୁରନ୍ତ ରାଜ୍ୟ ସରକାର ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଛାତ୍ରଛାତ୍ରୀ ମାନେ ଦାବି କରିଛନ୍ତି।
