କୋଣାର୍କରୁ ୧୦ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ
କୋଣାର୍କ: ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ସାମଲଙ୍କ ନିର୍ଦ୍ଦେଶରେ କୋଣାର୍କ ଅବକାରୀ ଥାନା ଭାରାପ୍ରାପ୍ତ ଅଧିକାରିଣୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ବୁଧବାର ଦିନ ୧୨ଟାରେ ଟୁରିଷ୍ଟ ମାର୍କେଟ ସ୍ଥିତ ଏକ ହୋଟେଲ ନିକଟରେ ଅଚାନକ ଚଢ଼ାଉ କରି କୃଷ୍ଣ ଚନ୍ଦ୍ର ଲେଙ୍କା (୨୭) ନାମକ ଯୁବକଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ୧୦୨ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ୧୦ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। କୋଣାର୍କ ଅବକାରୀ ଥାନାର କେସ୍ ନଂ ୫୦/୨୩-୨୪ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ କାରାଗାରକୁ ପଠାଯାଇଛି। ଏହି ଚଢ଼ାଉରେ ଅବକାରୀ ଏସଆଇ ଲୋକନାଥ ପାତ୍ର, ପୂର୍ଣ୍ଣଚନ୍ଦ୍ର ନାୟକ,ସବିତା ସାହୁ,ଶେଖ ଓ୍ବାରିସ,ସନ୍ଦିପ ହସ୍ତୀ ପ୍ରମୁଖ ସାମିଲ ଥିଲେ।
