ଡ୍ୟୁଟିରେ ମୃତ୍ୟୁ ହେଲେ ମିଳିବ ୧୦ ଲକ୍ଷ

ଭୁବନେଶ୍ୱର,୩୧ା୫(ବ୍ୟୁରୋ): ରାଜ୍ୟ ସରକାର ଅନୁକମ୍ପା ସହାୟତା ରାଶି ପରିମାଣ ବୃଦ୍ଧି କରିଛନ୍ତି। ଡ୍ୟୁଟିରେ ଥିବା ବେଳେ କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ୧୦ ଲକ୍ଷ ଟଙ୍କା ସହାୟତା ରାଶି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବର୍ତ୍ତମାନ ଏହି ରାଶି ୪ ଲକ୍ଷ ଟଙ୍କା ଥିବା ବେଳେ ଏହାକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଆଘାତ ପାଇ ଅକ୍ଷମତା କ୍ଷେତ୍ରରେ ସହାୟତା ରାଶି ପରିମାଣ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ଏବଂ ଆଂଶିକ ଅକ୍ଷମତା ପାଇଁ ସହାୟତା ରାଶି ୧ ଲକ୍ଷରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

Leave a Reply

Your email address will not be published. Required fields are marked *