ଯାଜପୁର ବ୍ଲକ୍ ର ୧୦ ସରପଞ୍ଚ ଜିଲ୍ଲା ସ୍ତରରେ ସମ୍ମାନୀତ
ଯାଜପୁର ବ୍ଲକ୍ ର ୧୦ ସରପଞ୍ଚ ଜିଲ୍ଲା ସ୍ତରରେ ସମ୍ମାନୀତ ।।
ଯକ୍ଷ୍ମା ସଚେତନତାରେ ସଫଳତା ।
ସମଗ୍ର ଦେଶରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି ।୨୦୩୦ ସୁଦ୍ଧା ଭାରତକୁ ଯକ୍ଷ୍ମା ରୋଗ ମୁକ୍ତ କରିବା ପାଇଁ ଲକ୍ଷ ରଖାଯାଇଛି ।ଏଥିପାଇଁ ପଞ୍ଚାୟତ ସ୍ତରରେ ଜନସଚେତନତା ସୃଷ୍ଟି କରିବାକୁ ପ୍ରୟାସ କରାଯାଇଛି ।ଯକ୍ଷ୍ମା ନିରାକରଣ ନିମନ୍ତେ ଉନ୍ନତ କାର୍ଯ୍ୟ କରିଥିବା ସରପଞ୍ଚ ଓ ଆଶାଙ୍କୁ ବିଶ୍ଵ ଯକ୍ଷ୍ମା ଦିବସ ଅବସରରେ ଜିଲ୍ଲାସ୍ତରୀୟ ସମ୍ମିଳନୀରେ ସମ୍ମାନିତ କରାଯାଇଛି । ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ବିଶ୍ୱ ଯକ୍ଷ୍ମା ଦିବସ ପାଳନ ଅବସରରେ ଜିଲ୍ଲାର ମୋଟ୍ ୩୧୧ ପଞ୍ଚାୟତ ମଧ୍ୟରୁ ୫୫ ଜଣ ସରପଞ୍ଚଙ୍କୁ ସମ୍ମାନୀତ କରାଯାଇଥିଲା। ସେଥିମଧ୍ୟରୁ ଯାଜପୁର ବ୍ଲକ୍ ର ୧୦ ଜଣ ସରପଞ୍ଚ ନିଜ ନିଜର ପଞ୍ଚାୟତରେ ଯକ୍ଷ୍ମା ନିରାକରଣ ପାଇଁ ଜନସଚେତନତା ସୃଷ୍ଟି କରିବା ଯକ୍ଷ୍ମାରୋଗି ଚିହ୍ନଟ,ଚିକିତ୍ସା ପ୍ରଦାନ,ଆକ୍ରାନ୍ତ ଙ୍କୁ ରୋଗ ଓ ତାର ଚିକିତ୍ସା ଆଦି ସମ୍ପର୍କରେ ଅବଗତ କରି ସଫଳ ହୋଇଥିବାରୁ ସେମାନଙ୍କୁ ଜିଲ୍ଲାପାଳ ଅମ୍ବର୍ କୁମାର କର ସମ୍ମାନୀତ କରିଥିଲେ । ପୁରସ୍କୃତ ହୋଇଥିବା ସରପଞ୍ଚ ମାନଙ୍କ ମଧ୍ୟରୁ ସୁଜନ ପୁର ସରପଞ୍ଚ ବିଷ୍ଣୁପ୍ରିୟା ମହାକୁଡ଼,ବରୁଆଁ ସରପଞ୍ଚ ଅନାହାର ବାନୋ,ବଡ଼ ସୁଆର ସରପଞ୍ଚ ଅନୁପମା ବିଶ୍ଵାଳ,ଭୁବନେଶ୍ୱର ପୁର ସରପଞ୍ଚ ମାନଦୀପା ରାୟ,ଭୂଇଁ ପୁର ସରପଞ୍ଚ ଲିଜା ରାଣୀ ସେଠୀ, ବେରୁଦା ସରପଞ୍ଚ ତାରାକାନ୍ତ ପଣ୍ଡା,ଛତିଶ ଦେବିଲ ସରପଞ୍ଚ ବେବିନା ମଲ୍ଲିକ, ମଳଆନନ୍ଦପୁର ସରପଞ୍ଚ ପର୍ଶୁରାମ ଦଳେଇ,ନାଥ ସାହି ସରପଞ୍ଚ ସସ୍ମିତା ପହି,ଜାଫର ପୁର ସରପଞ୍ଚ ମାନିନୀ ବେହେରା ପ୍ରମୁଖ ଜିଲ୍ଲାସ୍ତରୀୟ ସମ୍ମିଳନୀରେ ସମ୍ମାନିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ମିଶ୍ର,ଅତିରିକ୍ତ ଜିଲ୍ଲା ଚିକତ୍ସାଧିକାରୀ ଡ଼ା. ଗୋପାଳ ଚନ୍ଦ୍ର ମଲ୍ଲିକ, ଜିଲ୍ଲା ପଞ୍ଚାୟତ ଅଧିକାରୀ ସନ୍ତୋଷ ସାହୁଙ୍କ ସମେତ ଜିଲ୍ଲା ସ୍ତରୀୟ ଅନ୍ୟ ପଦାଧିକାରୀ ଯୋଗ ଦେଇ ଭାରତକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ ୧୦୦ ଦିନିଆ କ୍ୟମ୍ପେନ୍ ଜାରି ରହିବ ବୋଲି ପ୍ରକାଶ କରିଥିଲେ।ଏଥିପାଇଁ ସ୍ବାସ୍ଥ୍ୟକର୍ମୀ ,ଜନପ୍ରତିନିଧି ଓ ବ୍ଲକ୍ ପ୍ରଶାସନର ମିଳିତ ଉଦ୍ୟମରେ ଗ୍ରାମକୁ ଯକ୍ଷ୍ମା ମୁକ୍ତ କରିବା ଦିଗରେ ପଦକ୍ଷେପ ନେଇ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ ।
