ରଘୁନାଥପୁର ରେ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୦ତମ ଜନ୍ମଜୟନ୍ତୀ ସମାରୋହ।
ରଘୁନାଥପୁର ତା ୨୪/୧୧:-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଜଗନ୍ନାଥ ପୁର ଠାରେଥିବା ସତ୍ୟସାଇ ସେବା ସମିତି ପକ୍ଷରୁ ରବିବାର ଶ୍ରୀଶ୍ରୀ ସତ୍ୟସାଇ ବାବାଙ୍କ ୧୦୦ତମ ଜନ୍ମଜୟନ୍ତୀ ସମାରୋହ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।ସକାଳୁ ନଗରକିର୍ତ୍ତନ, ମଙ୍ଗଳବାଦ୍ୟ,ଶୋଡଶ ଉପଚାର ପୂଜା,ବେଦପାଠ,ପ୍ରଶାନ୍ତିଧ୍ୱଜା ଉତ୍ତଳନ,କରାଯାଇ ବାବାଙ୍କୁ ଆରାଧନା କରାଯାଇଥିଲା।ସଂନ୍ଦ୍ୟାରେ କେକକଟା,ସର୍ବଧର୍ମପ୍ରାର୍ଥନା, ଆଳତୀ,ମିଷ୍ଠାଅନ୍ନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଥିରେ ସହଯୋଗ କରିଥିଲେ କେଦାର ଚରଣ ବେହେରା,ଜଗନ୍ନାଥ ମହାପାତ୍ର, ସୁରେନ୍ଦ୍ର ନାଥ ସାହୁ,ନିର୍ମଳ ଜେନା, ବିଜୟ ସାହୁ,ପ୍ରସନ୍ନ ଜେନା,ପ୍ରଶାନ୍ତ ମହାପାତ୍ର ଓ ସତ୍ୟସାଇ କମିଟି ର ସମସ୍ତ ସଦସ୍ୟ ବୣନ୍ଦ।ଏହି ଉତ୍ସବରେ ଶହଶହ ଭକ୍ତ ଉପସ୍ଥିତ ରହି ବାବାଙ୍କ କୣପା ଲାଭ କରିବା ସହିତ ପ୍ରସାଦସେବନର କରିଥିଲେ।
