କପ୍ତିପଦା ଉପଖଣ୍ଡରେ ଜିଲ୍ଲାପାଳଙ୍କ ଦ୍ୱାରା ୧୦୪ ଅଭିଯୋଗର ଜନଶୁଣାଣୀ
ଉଦଳା ତା୨୩/୯/୨୫ () କପ୍ତିପଦା ଉପଖଣ୍ଡ ଉଦଳାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜନଶୁଣାଣୀ ଶିବିରରେ ମୟୁରଭଞ୍ଜର ଜିଲ୍ଲାପାଳ ହେମକାନ୍ତ ସୟ ଏବଂ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠୁପାଲିଙ୍କ ଉପସ୍ଥିତିରେ ୧୦୪ ଗୋଟି ଅଭିଯୋଗର ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଉପଖଣ୍ଡର ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ୍ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିରରେ ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ନରେନ୍ଦ୍ର ଖମାରୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ହୃଷୀକେଶ ନାୟକ, ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଲକ୍ଷ୍ମୀକାନ୍ତ ପତି ଯୋଗ ଦେଇଥିବା ବେଳେ ଉପଖଣ୍ଡର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ସମେତ ଜିଲ୍ଲା ଓ ଉପଖଣ୍ଡ ତଥା ବ୍ଲକସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଶୁଣାଣୀ କାର୍ଯ୍ୟରେ ସହଯୋଗ କରିଥିଲେ। ସମସ୍ତ ଅଭିଯୋଗ ମଧ୍ୟରେ ୮୬ଟି ବ୍ୟକ୍ତିଗତ ସମସ୍ୟା ସମ୍ବଳିତ ଥିବା ସ୍ଥଳେ ୧୮ ଗୋଟି ସାମୂହିକ ସମସ୍ୟା ସମ୍ବଳିତ ବିଷୟ ଉପରେ ଆଧାରିତ ଥିଲା। ସେଥି ମଧ୍ୟରୁ ୫ ଗୋଟି ସମସ୍ୟା ତତ୍କାଳ ସମାଧାନ କରାଯାଇ ଚିକିତ୍ସ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩ ଜଣକୁ ୫ ହଜାର ଲେଖାଏଁ ୧୫ ହଜାର, ଜଣକୁ ୧୦ ହଜାର ଏବଂ ଜଣକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ମୋଟ ୩୫ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା। ଆଜିର ଶୁଣାଣୀରେ ବିଭିନ୍ନ ବିଭାଗ ପାଇଁ ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରେ କପ୍ତିପଦା ବ୍ଲକ ଶ୍ରୀ ସାଇ, ମାଙ୍କଡ଼ାଶୁଣୀ, ବିରାଟେଶ୍ବରୀ, ମା ମଙ୍ଗଳା, ମା ବନଦୁର୍ଗା ଆଦି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ କମ୍ ପରିମାଣର ସ୍କୁଲ ପୋଷାକ ଯୋଗାଇବା ଦାୟିତ୍ଵ ଦେଇ ଅନ୍ୟ ସଂସ୍ଥାକୁ ଅଧିକ ଯୋଗାଇବା ଦାୟିତ୍ଵ ଦେବା, ଝିଙ୍କପଦା, ବଣିଆଗାଁ, ସୈ।ଭାଗ୍ୟଦେଇପୁର, ମାଛିଆ ଏବଂ ସୁଡୁସୁଡିଆ ରାଜସ୍ୱ ଗ୍ରାମକୁ କପ୍ତିପଦା ଏନ୍ ଏ ସି ସ୍କେଚ୍ ମ୍ୟାପ୍ ରୁ

ବାଦ୍ ଦେବା, ତଳିଆ ଗ୍ରାମର କୈ।ଣସି ରାସ୍ତା ତଥା ଜମି ମାପ ନ କରିବା, ଗୈ।ଡ଼ଗାଁ, କୁଆଗୋଠଣା, ନଛିପୁର ଏବଂ ଛୁଇଁପୋଷି ଗ୍ରାମରେ ବୁଲାଷଣ୍ଢ ଚାଷ ନଷ୍ଟ କରୁଥିବାରୁ ସେମାନଙ୍କ ରକ୍ଷଣା ବେକ୍ଷଣ ଦାୟିତ୍ୱ ସରକାରୀ ସ୍ତରରେ ନେବା, ମାଙ୍କଡ଼ ପଡ଼ା ପଞ୍ଚାୟତ ପୋଷିସାହିରୁ ଗୟଳମରା ରାସ୍ତା ନିର୍ମାଣ, ଗୋପବନ୍ଧୁ ନଗର ର ବ୍ଲକ ତଳକଡଦା ଗ୍ରାମରେ ଏସ୍ ଟି ପ୍ରାର୍ଥିନୀ ନ ଥିବା ହେତୁ ଅଙ୍ଗନବାଡି କେନ୍ଦ୍ର ପାଇଁ ଏସ, ସି ପ୍ରାର୍ଥନା ଶିକ୍ଷୟିତ୍ରୀ ଚୟନ ନିମନ୍ତେ ଆଦେଶ ପ୍ରଦାନ, କୁଡ଼ିଆଖୁଣ୍ଟାରୁ ରଣାସାହି ଗ୍ରାମ୍ୟ ରାସ୍ତା ଚିହ୍ନଟ, କୁଡ଼ିଆଖୁଣ୍ଟା ଗ୍ରାମର ଢୋକ୍ରା କାରିଗର ପରିଚୟ ଦେଇ ଅର୍ଥ ଆତ୍ମସାତ କରିବା ଏବଂ ପୁରଡିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଏବଂ ମ୍ୟାନେଜିଂ କମିଟି ଦ୍ବାରା ସରକାରୀ ଜମିକୁ ଜବରଦସ୍ତ ଅଧିକାର କରିବା ଆଦି ଅଭିଯୋଗ ଗୁଡ଼ିକ ଉପରେ ବିଚାର କରି ତାର ସମାଧାନ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ, ମୟୁରଭଞ୍ଜ ନିର୍ଦ୍ଦେଶ ଦେଇଥିଲେ। ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଡେପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଡା ଓ କାର୍ଯ୍ୟାଳୟର କର୍ମଚାରୀ ଶାଙ୍ଖାଇ ହେମ୍ବ୍ରମ, ରମେଶ ପୃଷ୍ଟି, କବିତା ଖିଲାର, ସତ୍ୟ ପ୍ରକାଶ ପାତ୍ର, ଭବାନୀ ପଣ୍ଡା, କୈଳାସ ଦନୈକ ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ।
