108 ଆମ୍ବୁଲାନ୍ସ ରୋଗୀଙ୍କ ପାଇଁ ମରଣ ଯନ୍ତା ନ ହେଉ
108 ଆମ୍ବୁଲାନ୍ସ ରୋଗୀଙ୍କ ପାଇଁ ମରଣ ଯନ୍ତା ନ ହେଉ
ବ୍ରହ୍ମପୁର – ଗତ କାଲି ଖଲ୍ଲିକୋଟ ବ୍ଲକର ଆହତ ଛାତ୍ର ଶଙ୍କର ମହାରଣାଙ୍କ ଆମ୍ବୁଲାନ୍ସ ଭିତରେ ଯେଉଁଭଳି ମୃତ୍ୟୁ ହେଲା ଏହା ଅତ୍ୟନ୍ତ ଦୁଃଖ ଦାୟକ ଓ ହୃଦୟ ବିଦାରକ ଘଟଣା।। ଏହା ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଓ ଅପାରଗ ପାଣିଆର ନଗ୍ନ ଉଦାହରଣ ବୋଲି ସିପିଏମ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା ପ୍ରକାଶ କରିଛନ୍ତି।ରୋଗୀ ବଞ୍ଚାଇବା ପାଇଁ ବ୍ୟବହାର କରାଯାଉଥିବା ଆମ୍ବୁଲାନ୍ସ ରୋଗୀ ମୃତ୍ୟୁର କାରଣ ହେବା ଏକ ଚିନ୍ତାଜନକ ବିଷୟରେ ପରିଣତ ହୋଇଛି।ରୋଗୀଙ୍କୁ ସହଜରେ ଚିକିତ୍ସା ଯୋଗାଇବା ପାଇଁ ରାଜ୍ୟ ସରକାର ୧୦୮ ସେବା ପାଇଁ ବାର୍ଷିକ ପ୍ରାୟ ଅଢେଇ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ରୋଗୀଙ୍କ ଜୀବନ ଯିବା ସରକାରଙ୍କ ପରିଚାଳନାରେ ସମ୍ପୁର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରାଯାଇଛି।ଘରୋଇ କମ୍ପାନୀ ହାତରେ ପରିଚାଳନା ଦାୟିତ୍ବ ଦେଇ ସରକାର ନିରବ ଦ୍ରଷ୍ଟା ହୋଇ ବସିବା ଯୋଗୁ ପରିସ୍ଥିତି ସୃଷ୍ଟି ହୋଇଛି।ଘରୋଇ କମ୍ପାନୀ ଆମ୍ବୁଲାନ୍ସ ଗୁଡିକୁ ସଠିକ ରକ୍ଷଣାବେକ୍ଷଣ ନକରିବା, କର୍ମଚାରୀଙ୍କୁ ସଠିକ ଦରମା ନଦେବା ଭଳି କାର୍ଯ୍ୟ ନିତିଦିନିଆ କାର୍ଯ୍ୟରେ ପରିଣତ ହୋଇଛି।ସରକାର ନିରବ ଦ୍ରଷ୍ଟା।ତେଣୁ ରାସ୍ତାରେ ଘଣ୍ଟା ଘଣ୍ଟା ଅଟକିରହିବା ଓ ଠିକ ସମୟରେ ଆମ୍ବୁଲାନ୍ସ ରୋଗୀ ପାଖରେ ନ ପହଞ୍ଚିବା ଭଳି ଘଟଣା ଘଟିଚାଳିଛି ।ଏହା ସ୍ୱାସ୍ଥ୍ୟ କ୍ଷେତ୍ରର ବିପର୍ଯ୍ୟସ୍ତ ଅବସ୍ଥାର ପରିପ୍ରକାଶ କରୁଛି।
ସରକାର ଅତିଶୀଘ୍ର ମୃତ ଛାତ୍ରର ପରିବାର ବର୍ଗକୁ 25 ଲକ୍ଷ କ୍ଷତିପୂରଣ ଓ ୧୦୮ ଆମ୍ବୁଲାନ୍ସ ପରିଚାଳନା ଦାୟିତ୍ବ ନେଇଥିବା କମ୍ପାନୀର ଚୁକ୍ତି ବାତିଲ କରିବା ପାଇଁ ଦାବି କରାଯାଇଛି।
