ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ

ଓଡ଼ିଶାର ବରପୁତ୍ର, ମହାନ ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ପୁରୀସଦର ବ୍ଲକ କେରାଣ୍ଡିପୁର ପଞ୍ଚାୟତ ଉତ୍ତରଣା ଗୈାଡ଼ ସାହି ପଡ଼ିଆ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି। ସଭା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା। ଏହି ସଭାରେ ପୁରୀ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ଦିବାକର ପାତ୍ର ସଭାପତିତ୍ବ କରିଥିଲେ। ଓଡିଶା ବିକାଶର ବିନ୍ଧାଣୀ ଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାର ଆଦ୍ୟ ପ୍ରବର୍ତ୍ତକ ହିସାବରେ ବିଜୁବାବୁ ନବେ ଦଶକରେ ଏହାକୁ ଲାଗୁକରିଥିଲେ । ଭାରତ ବର୍ଷର ପ୍ରଥମ ଜନନେତା ଯିଏ କି ମହିଳା ମାନଙ୍କୁ ୩୩ ପ୍ରତିଶତ ପଞ୍ଚାୟତରାଜ ବ୍ୟବସ୍ଥାରେ ସଂରକ୍ଷଣ ଦେଇଥିଲେ । ଆଜି ବିଜୁବାବୁଙ୍କର ୧୦୯ତମ ଜୟନ୍ତୀରେ ତାଙ୍କ ପ୍ରଦର୍ଶିତ ମାର୍ଗ ଏବଂ ଚେତନା ଆମ ସମସ୍ତଙ୍କୁ ପ୍ରେରଣା ଦେଉ ବୋଲି ଶ୍ରୀ ଦାସବର୍ମା କହିଛନ୍ତି। ଏହି ସଭାରେ ପୁରୀ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଦିବାକର ପାତ୍ର, ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ଵପ୍ନାରାଣୀ ସ୍ଵାଇଁ , ବ୍ରହ୍ମଗିରି ବ୍ଲକ ସଭାପତି ବିଦ୍ୟାଧର ସ୍ଵାଇଁ, ପୁରୀ ସଦର ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ନିରଞ୍ଜନ ପ୍ରଧାନ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନବାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଳାଇ, ପୂର୍ବତନ ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ସରପଞ୍ଚ ରମେଶ ପ୍ରଧାନ, ପୂର୍ବତନ ସରପଞ୍ଚ ଇନ୍ଦ୍ରମଣି ପ୍ରଧାନ, ହନ୍ତୁକ ସରପଞ୍ଚ କନକଲତା ପତି, ପୁରୀ ସଦର ବ୍ଲକ ୧୧ ଗୋଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଏବଂ ବିଜୁ ଜନତା ଦଳର ବରିଷ୍ଠ ମୁରବୀ, ମହିଳା, ଯୁବ ଛାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *