୧୦ ମ ବାର୍ଷିକ ଆମ ବଡ଼ଚଣା ମହୋତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ

.ବଡ଼ଚଣା : କଳା,ସାହିତ୍ୟ, ସଂସ୍କୃତିର ମହାପର୍ବ ଆମ ବଡ଼ଚଣା ମହୋତ୍ସବ ୧୦ ମ ବର୍ଷରେ ପଦାର୍ପଣ କରିଛି ।ଆଜି ବଡଚଣା ମହୋତ୍ସବ ପଡିଆ ଠାରେ ସଭାପତି ଅମର କୁମାର ନାୟକଙ୍କ ସଭାପତିତ୍ବ ଓ ଅମୀୟ ଦାଶଙ୍କ ସଂଚାଳନରେ ଆୟୋଜିତ ହୋଇଥିଲା। ଏହି ମହୋତ୍ସବ ସଂଚାଳନ ପାଇଁ ବଡଚଣା ସମସ୍ତ ଗ୍ରାମ ପଞ୍ଚାୟତର ଜନ ପ୍ରତିନିଧି, ବ୍ଲକ ଅଧ୍ୟକ୍ଷା,ଉପାଧ୍ୟକ୍ଷ, ଜିଲ୍ଲାପରିଷଦ ସଭ୍ଯ ସହ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିଙ୍କ ସହ ଶତାଧିକ ଲୋକ ଯୋଗଦେଇ ଥିଲେ।ଆମ ବଡଚଣା ମହୋତ୍ସବ କମିଟି ନୂତନ ଭାବେ ପଞିକୃତ ହେବା ସହ ସରକାରୀ ସ୍ୱୀକୃତି ପ୍ରାପ୍ତ ହୋଇଛି।ସ୍ଵିକୃତିପ୍ରାପ୍ତ ଅନୁଷ୍ଠାନ ମାଧ୍ୟମରେ ସରକାରଙ୍କ ସହଯୋଗ ମିଳିବା ସହ ଏହି ମହୋତ୍ସବ ସରସ ସୁନ୍ଦର ହୋଇପାରିବ। ପୂର୍ବରୁ କମିଟିର ସଭାପତି ମନୋରମା ଆଚାର୍ଯ୍ଯ ମହୋତ୍ସବ କମିଟି ପଞିକୃତ ନକରିବାରୁ କମିଟିର ଅନ୍ୟ ସଦସ୍ଯ ମାନେ ବିଧାୟକଙ୍କ ସହଯୋଗରେ ଚଳିତ ବର୍ଷ ଆମ ମହୋତ୍ସବ ନାମରେ ପଞିକୃତ କରିଥିଲେ।ଚଳିତବର୍ଷ ମହୋତ୍ସବ କୁ ପାଞ୍ଚଦିନ ପରିବର୍ତ୍ତେ ସାତଦିନ କରାଯିବ ବୋଲି ସମ୍ପାଦକ ପ୍ରକାଶ କରିଥିଲେ ।ଚଳିତବର୍ଷ ମହୋତ୍ସବ ଜାନୁୟାରୀ ୭ରୁ ଆରମ୍ଭ ହୋଇ ୧୩ ତାରିଖରେ ଉଦଯାପିତ ହେବ । ଏହି ବୈଠକରେ ସମ୍ପାଦକ ଦିଲ୍ଲୀପ କୁମାର ଚୌଧୁରୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ସେନାପତି, ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ,ବିଜେପି ଜିଲ୍ଲା ସଭାପତି ଦେବଜାନୀ ପ୍ରଧାନ, ବଡଚଣା ଦୂର୍ଗା ପୂଜା କମିଟି ସମ୍ପାଦକ ଜଗନ୍ନାଥ ପ୍ରଧାନ,ପ୍ରତିଷ୍ଠାତା ସଭ୍ଯ କାର୍ତ୍ତିକ ଚନ୍ଦ୍ର ରାଉତ,ଜାନକୀ ପ୍ରଧାନ, ବଳରାମ ରଣା,କାମିନୀ ନାୟକ,ରଜନୀକାନ୍ତ ପୃଷ୍ଟି, ଜିଲ୍ଲାପରିଷଦ ସଭ୍ଯ ଅରବିନ୍ଦ ସାମଲ, ଯଚିନ୍ଦ୍ର ନାୟକ,ସରପଞ୍ଚ ଅଞୁଲତା ସ୍ଵାଇଁ, ସମିତି ସଭ୍ଯ ମଧୁସୂଦନ ବଳ ,ପ୍ରମୁଖ ଯୋଗଦେଇ ମତାମତ ରଖିଥିଲେ।ଶୁଭ୍ରାଂଶୁ ଶେଖର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ନୃସିଂହ ନାରାୟଣ ଓତ୍ତା ,ପ୍ରଶାନ୍ତ ଦାଶ ,ବିମଳ ପ୍ରଧାନ,ଦେବେନ୍ଦ୍ର ଲେଙ୍କା,ଲିପୁନା ସାମଲ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *