ଭଦ୍ରକଅଦ୍ୟ ତା ୩/୫/୨୫ ରିଖ ଶନିବାର ଦିବା ୯ ଘଟିକା ସମୟରେ ସ.ସି.ବି. ମ. ପୁରୁଣା ବଜାର ଭଦ୍ରକର ବୌଦ୍ଧିକ ମଣ୍ଡପରେ ମେଟ୍ରିକ୍ ପରୀକ୍ଷା (୨୦୨୪-୨୫) ରେ ସଫଳତା ପ୍ରାପ୍ତି ଭାଇ ଭଉଣୀମାନଙ୍କ ସହିତ ସେମାନଙ୍କର ପିତା ମାତାଙ୍କୁ ସମ୍ବନ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମ୍ପାଦକ ମାନ୍ୟ ଶ୍ରୀଯୁକ୍ତ ଶିବଶଙ୍କର ଦାସ ମହୋଦୟ ଯୋଗଦାନ କରିଥିଲେ । ପ୍ରଧାନଆଚାର୍ଯ୍ୟ ମାନ୍ୟ ଶ୍ରୀଯୁକ୍ତ ରାଜକିଶୋର ଦାସଙ୍କ ସଂଯୋଜନରେ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ପୂର୍ଣ୍ଣ ସହଯୋଗ କରିଥିଲେ। ଶିକ୍ଷା ବର୍ଷ (୨୦୨୪-୨୫) ର ମେଟ୍ରିକ୍ ପରୀକ୍ଷାରେ A 1 – ୫ଜଣ, A 2 – ୮ଜଣ, B 1-୯ ଜଣ, B 2 – ୨୦ ଜଣ, C – ୧୫ ଜଣ ଓ D – ୩ ଜଣ, ମୋଟ୍ ୬୦ ରୁ ୬୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ବିଦ୍ୟାଳୟରେ ଶତ ପ୍ରତିଶତ ଫଳାଫଳ ହୋଇଛି। A 1 ପାଇଥିବା ପାଞ୍ଚ ଜଣ ଭାଇ ଭଉଣୀ ହେଲେ, ଦେବିରାଣୀ ସାହୁ – 574 / 600 (ପ୍ରଥମ ସ୍ଥାନ), ଦିପାଂଶୀ ପାଲ – 570 / 600 (ଦ୍ବିତୀୟ ସ୍ଥାନ), ଶୁଭେନ୍ଦୁ ପାଣିଗ୍ରାହୀ – 558 / 600 (ତୃତୀୟ ସ୍ଥାନ), ରୋହନ ମୁଖାର୍ଜୀ – 545 / 600 (ଚତୁର୍ଥ ସ୍ଥାନ ), ଅନନ୍ୟା ବେହୁରା -540 / 600 (ପଞ୍ଚମ ସ୍ଥାନ) ପ୍ରାପ୍ତ କରି ଭଦ୍ରକ ଜିଲ୍ଲାରେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିଛନ୍ତି। କାର୍ଯକ୍ରମ ରେ ଆଚାର୍ଯ୍ୟ ମନ୍ଦରଧର ସାହୁ ଅତିଥୁମାନଙ୍କର ପରିଚୟ ରଖୁଥ‌ିବାବେଳେ, ଆଚାର୍ଯ୍ୟ ଦିଲୀପ କୁମାର୍ ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *