ସ୍ୱର୍ଗତଃ ବିଜୁ ପଟ୍ଟନାୟକ ଙ୍କ ୧୧୦ ତମ ଜନ୍ମ

ଅଦ୍ୟ ତା :- ୫.୦୩.୨୦୨୬ ରିଖ ଦିନ ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକ ଙ୍କ ୧୧୦ ତମ ଜନ୍ମ ଦିବସ ଅବସର ରେ ପୁରୀ ବିଜୁ ଜନତା ଦଳ ନେତୃତ୍ୱ ମାନଙ୍କ ଦ୍ୱାରା ସନ୍ଧ୍ୟା ୬.୦୦ ଘଟିକା ସମୟରେ ” ସଂସ୍କୃତି ଭବନ” ପୁରୀ ଠାରେ ‘ସମୃଦ୍ଧ ଓଡିଶା ଗଠନରେ ବିଜୁ ବାବୁଙ୍କ ଅବଦାନ” ସମ୍ପର୍କରେ ଏକ ସାଧାରଣ ସଭା ର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଶୁଭାଶିଷ ଖୁଣ୍ଟିଆ ଯୋଗଦାନ କରିଥିଲେ। ବିଜୁ ଜନତା ଦଳ ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ପଣ୍ଡା,ବରିଷ୍ଠ ସେବାୟତ ହରି ନାରାୟଣ ଖୁଣ୍ଟିଆ,ରବି ସାମନ୍ତରାୟ, ନାରାୟଣ ଖୁଣ୍ଟିଆ,ପୂର୍ବତନ କ୍ରୀଡା ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ବିଜୟ କୁମାର ମିଶ୍ର,ଯୁବ ନେତା ଭଗବାନ ପଢ଼ିଆରୀ,ସରପଞ୍ଚ ଧରିତ୍ରୀ ଜେନା,ଅଭୟ କୁମାର ପ୍ରଧାନ, ନୀଳକଣ୍ଠ ପ୍ରଧାନ, ପ୍ରଭା ସମର୍ଥା, ପ୍ରଭାତ ପୃଷ୍ଟି,ବରିଷ୍ଠ ନେତା ବାବାଜୀ ଫାରକ୍, ଉଲ୍ଲାସ ଜେନା, ବିଶ୍ଵକେତନ ଦାସ,ମହିଳା ସଭାନେତ୍ରୀ ସନ୍ଧ୍ୟାରାଣୀ ଭଟ୍ଟ, ବିନୋଦିନୀ ସାହୁ,ଅରୁଣିମା ନନ୍ଦ, ଛାତ୍ର ନେତା ରାଜେଶ ତ୍ରିପାଠୀ, ଜିଲ୍ଲା ଆଇ.ଟି ସଂଯୋଜକ ମୁରାରୀ ଶ୍ରୀପତି ନାୟକ,ରୋଜାଲିନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସୋମ୍ୟ ରଞ୍ଜନ ମହାନ୍ତି ଙ୍କ ଦ୍ଵାରା ଧନ୍ୟବାଦ ଦିଆଯାଇ ସଭାସଂଘ କରାଯାଇଥିଲା।

Leave a Reply

Your email address will not be published. Required fields are marked *