ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୧୧ତମ ବାର୍ଷିକୋତ୍ସବ
ଧଉଳି, ୧୩/୧: ନୂଆଗାଁ ସ୍ଥିତ ସିଦ୍ଧି ମଣ୍ଡପ ନିକଟରେ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୧୧ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥିଭାବେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବୃନ୍ଦାବନବ ରାଉତ ଯୋଗ ଦେଇଥିଲେ l କହିଥିଲେ ଯେ ସେ ସ୍ୱାମୀଜୀ ଙ୍କ ଦେଶ ଜାତି ପ୍ରତି ଛାତ୍ରଛାତ୍ରୀ ମାନଙ୍କ ଦାୟିତ୍ୱ ବୋଧ ଉପରେ ଅବଗତ କରିଥିଲେ ପାଠ ସହିତ ସହ ଶିକ୍ଷା କୁ ଗୁରୁତ୍ୱ ଦେବା ବିଷୟରେ ଅବଗତ କରିଥିଲେ l ମୁଖ୍ୟବକ୍ତା ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଶତପଥି ଜଣେ ଉଚ୍ଚକୋଟୀର ବାଗ୍ମୀ ପୁରୁଷ, ଓଡିଶା ଓଡ଼ିଆ ଭାଷା ସାହିତ୍ୟ ର ସଭାପତି ଓ ସୁବାର୍ତ୍ତା ପତ୍ରିକା ର ସମ୍ପାଦକ କହିଥିଲେ ଅଭିଭାବକ ଙ୍କ ଦାୟିତ୍ୱ ବୋଧ ଉପରେ ଛାତ୍ରଛାତ୍ରୀ ଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମତପ୍ରକାଶ କରିଥିଲେ । ସମାଜରେ କିଛି କଲ୍ୟାଣମୂଳକ କାମ କରିବା ଏହି ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ । , ଶିକ୍ଷାବିତ୍ ଶ୍ରୀଯୁକ୍ତ ରଂଜିତ ସ୍ୱାଇଁ କହିଥିଲେ ଯେ-ସ୍ୱାମୀଜୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଭଲ ମଣିଷ ହେବା ପାଇଁ ଆଶୀର୍ବାଦ ଦେଇଥିଲେ, ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାମଲ ଶିକ୍ଷାବିତ, ଅଭିନେତା ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ର ପଲାଇ,ସାହିତ୍ୟିକ ଶ୍ରୀଯୁକ୍ତ ଅକ୍ଷୟ କୁମାର ସ୍ୱାଇଁ, ଶ୍ରୀଯୁକ୍ତ ଅଶ୍ୱିନୀ ସାହୁ ଆଇନଜୀବୀ, ଶ୍ରୀଯୁକ୍ତ ସନ୍ତୋଷ କୁମାର ରଥ, ଶ୍ରୀଯୁକ୍ତ କୌସ୍ତୁବ ମାନ୍ନା, ବିଦ୍ୟାଳୟ ର ଉପଦେଷ୍ଟା ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ଜେନା, ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଜେନା ଓ ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ସାମନ୍ତସିଂହାର l ଏହି କାର୍ଯ୍ୟକ୍ରମରେ ସମାଜସେବୀ ଶ୍ରୀଯୁକ୍ତ ଚିନ୍ମୟ ରଞ୍ଜନ ପ୍ରଧାନ, ଶିକ୍ଷାବିତ୍ ଶ୍ରୀଯୁକ୍ତ ରଘୁନାଥ ପୁଷ୍ପାଳକ, ଗାୟକ କେଶରୀ ବିଶ୍ଵନାଥ ସାହୁ, ଶିକ୍ଷାବିତ୍ରବୀନ୍ଦ୍ର ନାଥ ସାହୁ, ନୃତ୍ୟ ଗୁରୁ ଶ୍ରୀଯୁକ୍ତ ଗୌତମ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ।

ଚଳିତ ବର୍ଷ ଗ୍ରାଣ୍ଡ ଫାଦର ଶ୍ରୀଯୁକ୍ତ ଭରତ ଶ୍ରୀଚନ୍ଦନ ଓ ଗ୍ରାଣ୍ଡ ମଦର ଶ୍ରୀମତୀ କ୍ରିଷ୍ଣା ମଣ୍ଡଲ ଙ୍କୁ ପୁରସ୍କୃତ କରାଯାଇଥିଲା l କ୍ରୀଡା ପ୍ରତିଯୋଗିତା ରେ ପ୍ରତ୍ୟୁଷ ଗୋଛାୟତ ଙ୍କୁ ସର୍ବ ଶ୍ରେଷ୍ଠ କ୍ରୀଡା ପୁରସ୍କାର, ସର୍ବୋତ୍ତମ ଉପସ୍ଥାନ ରେ ସାଇ ସାର୍ଥକ ନାୟକ, ବର୍ଷର ସର୍ବୋତ୍ତମ ପୁରସ୍କାର ପ୍ରୟାସ ତ୍ରିପାଠୀ ଓ ଶିକ୍ଷା ବୃତ୍ତି କ୍ଷେତ୍ରରେ ଆଦିତ୍ୟ ନାରାୟଣ ଙ୍କୁ ପୁରସ୍କୁତ କରାଯାଇଥିଲା l ଏହି ଅବସରରେ ନୃତ୍ୟ ଗୁରୁ ଗୌତମ ସାର ନୃତ୍ୟ ଝଙ୍କାରର ପରିବେଷଣ କରିବା ସହିତ କୁନି କୁନି ଛାତ୍ରଛାତ୍ରୀମାନେ ନିଜର କଳା ପରିବେଷଣ କରିଥିଲେ । ଏକ ସୁନ୍ଦର ନାଟକ “ଅବସର ” ପରିବେଷଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ସ୍ୱାଇଁ, ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ସାମନ୍ତ ସିଂହାର, ଉପା-ଧ୍ୟକ୍ଷା ଶ୍ରୀମତୀ ନଳିନୀ ପ୍ରଭା ମିଶ୍ର,ପରିଚାଳନା ପ୍ରମୁଖ ଶ୍ରୀମତୀ ତୃପ୍ତିମୟୀ ଓଝା ଓ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଦୀପ୍ତିସୁଦ୍ଧା ମାହୁନ୍ତ, ପ୍ରିୟମ୍ବଦା ସାହୁ, ପ୍ରମୋଦ ବିଶ୍ୱାଳ, ଦେବିପ୍ରସାଦ ମହାପାତ୍ର, ପ୍ରସନ୍ନ ପରିଡା, ତନୁସ୍ମିତା ଭୂୟାଁ, ସୁଚସ୍ମିତା ସାହୁ, ବିମଳା ରାଉତ, ନିବେଦିତା ଥାଟୋଇ, ସରିତା ମହାନ୍ତି,ସୁଶ୍ରୀ ସଙ୍ଗୀତା ନାୟକ, ଶୁଭଶ୍ରୀ ମହାରଣା, ବର୍ଷା ଜେନା,ଗାୟତ୍ରୀ ମିସ, ଶୁଭଶ୍ରୀ ପଣ୍ଡା, ଅକ୍ଷୟ ସ୍ୱାଇଁ, ସସ୍ମିତା ଶସମାଲ ମାନେ ଉପସ୍ଥିତ ରହି ପିଲାଙ୍କୁ ଦାୟିତ୍ୱ ବୋଧ ଓ ଭଲ ମଣିଷ ହେବା ପାଇଁ ଦିଗଦର୍ଶନ ଦେଇଥିଲେ lସମେତ ସ୍କାଉଟ ଓ ଗାଇଡ୍ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ସହଯୋଗ କରିଥିଲେ ।
