’୧୧ତମ ‘ଅନ୍ତର୍ଜାତୀୟ ଯୋଗ ଦିବସ’
‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’୧୧ତମ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ଅବସରରେ ଓଡ଼ିଶା ତଥା ବିଶ୍ୱର ଏକ ପ୍ରମୁଖ ଐତିହ୍ୟ ପର୍ଯ୍ୟଟନସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରେ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ Jual Oram , ମାନ୍ୟଵର ପୁରୀ ସାଂସଦ Dr. Sambit Patra , ମାନ୍ୟବର ଜଗତସିଂହପୁର ସାଂସଦ ଶ୍ରୀ Bibhu Prasad Tarai , ମାନ୍ୟବର ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରଭାତୀ ପରିଡ଼ା, ମାନ୍ୟବର ସତ୍ୟବାଦୀ ବିଧାୟକ ଶ୍ରୀ Om prakash Mishra , ସୁପରିଚିତ ପ୍ରସ୍ତର ଶିଳ୍ପୀ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ,ଏଏସଆଇର ଅଧିକାରୀ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ, ଏବଂଅନ୍ୟାନ୍ୟ ସଂଗଠନର ବନ୍ଧୁମାନଙ୍କ ସହ ଯୋଗଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ଯୋଗ ପ୍ରାଚୀନ ଭାରତୀୟ ସଂସ୍କୃତିର ଏକ ସ୍ଵତନ୍ତ୍ର ପରିଚୟ ।

ଶତାବ୍ଦୀ ଧରି ଭାରତରେ ଯୋଗ ଅଭ୍ୟାସ କରାଯାଇଆସୁଛି । ଯୋଗ ଆମ ଶରୀର, ମନ ଏବଂ ଆତ୍ମାକୁ ଗୋଟିଏ ସୂତ୍ରରେ ଯୋଡିଥାଏ। ଯୋଗ ଆମର ରୋଗ ପ୍ରତିରୋଧକ ଶକ୍ତି ବଢେଇବା ସହିତ ଆମର ସାକାରାତ୍ମକ ଚିନ୍ତାଧାରାକୁ ମଧ୍ୟ ବିକଶିତ କରିଥାଏ । ଯୋଗ ଏକ ସଂପୂର୍ଣ୍ଣ ପଦ୍ଧତି ଅଟେ । ଆମର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ଉଦ୍ୟମରେ ସାରା ବିଶ୍ୱ ଜୁନ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରୁଛି। ବିଗତ ବର୍ଷମାନଙ୍କରେ ୧୫୦ ରୁ ଅଧିକ ଦେଶର ନେତୃତ୍ୱ ଓ ସାଧାରଣ ଜନତା ବିଶ୍ୱ ଯୋଗ ଦିବସରେ ସାମିଲ ହୋଇଛନ୍ତି।
