ଧର୍ମଶାଳା ପଞ୍ଚାୟତ ସମିତିର ୧୧ତମ ସାଧାରଣ ଅଧିବେଶନ

ଧର୍ମଶାଳା ପଞ୍ଚାୟତ ସମିତିର ୧୧ତମ ସାଧାରଣ ଅଧିବେଶନ!
ଧର୍ମଶାଳା,- ଯାଜପୁର ଜିଲ୍ଲା ଧର୍ମଶାଳା ପଞ୍ଚାୟତ ସମିତି ର ୧୧ତମ ସାଧାରଣ ଅଧିବେଶନ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିଜ ପଦବୀରୁ ଇସ୍ତଫା ଦେବା ପରେ ନୂତନ ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିବା ର ଏହା ପ୍ରଥମ ଅଧିବେଶନ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଥିଲା । ଧର୍ମଶାଳା ବିଡିଓ ଜ୍ୟୋତିର୍ମୟ କରଙ୍କ ସଭାପତି ତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ହିମାଂଶୁ ଶେଖର ସାହୁ, ଧର୍ମଶାଳାର ଅତିରିକ୍ତ ତହସିଲଦାର ଗଗନ ବିହାରୀ ଦାଶ, ବ୍ଳକ ଅଧ୍ୟକ୍ଷା ବିଶ୍ବବିଜୟିନୀ ମିଶ୍ର, ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଯୋଗ ଦେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଶେଷ ଭାବେ ଗ୍ରାମଞ୍ଚଳକୁ ସଂଯୋଗ କରୁଥିବା ରାସ୍ତା ଗୁଡିକର ମରାମତି କରିବା ସହିତ ପାନୀୟ ଜଳ, ଇଲେକ୍ଟ୍ରି ସିଟି, ରାଜସ୍ବ, ପ୍ରଧାନମନ୍ତ୍ରୀ ଆବାସ ଗୃହ ଉପରେ ଆଲୋଚନା କରାଯାଇ ଯଥାଶିଘ୍ର ସମସ୍ୟା ଗୁଡିକର ସମାଧାନ ନିମନ୍ତେ ବ୍ୟବସ୍ଥା କରାଯାଇଥି ଲା

Leave a Reply

Your email address will not be published. Required fields are marked *