୧୨ ଫୁଟିଆ ବିଶାଳ ଅହିରାଜ ଉଦ୍ଧାର

ଚିକିଟି, ୨/୩ ପୂର୍ବାହ୍ନ ୧୦ ଘଣ୍ଟିକା ସମୟରେ ଚିକିଟି ଏନ ଏ ସି ର ଚିକିଟି ପେଣ୍ଠ ସ୍ଥିତ ଜନଗହଳି ପୂର୍ଣ୍ଣ ସ୍ଥାନ ୟୁନିଅନ ବ୍ୟାଙ୍କ ନିକଟରୁ ଏକ ବିଶାଳ ଅହିରାଜ ସାପ କୁ ଉଦ୍ଧାର କରାଯାଇଛି l ଲୋକମାନେ ଏହାକୁ ଦେଖି ପ୍ରଥମେ ସ୍ନେକ ହେଲ୍ପ ଲାଇନ କୁ ଖବର ଦେଇଥିଲେ l ସ୍ନେକ ହେଲ୍ପ ଲାଇନ ର ଦୁଇ ସଦସ୍ୟ ବନ ବିଭାଗ କୁ ଖବର ଦେଇ ଅତି ସାହାସିକତାର ସହ ଧରି ଏକ ମୁଣି ରେ ପୁରାଇ ନିକଟରେ ରହିଥିବା କେରାଣ୍ଡିମାଳ ଜଙ୍ଗଲ ରେ ଛାଡ଼ିଥିଲେ l

Leave a Reply

Your email address will not be published. Required fields are marked *