ଦନ୍ତା ହାତୀକୁ ସ୍ଥାନାନ୍ତର ନିମନ୍ତେ ୧୨ ଘଣ୍ଟିଆ ବନ୍ଦ ଡାକରା
ତା 19/8/25 କନ୍ଧମାଳ ଜିଲ୍ଲା ଘୁ..ଉଦୟଗିରି ଅଞ୍ଚଳରେ ହାତୀ ଉପଦ୍ରବ ଦିନ କୁ ଦିନ ତୀବ୍ର ହେଉଥିବା ବେଳେ ଏକ ହିଂସ୍ର ଦନ୍ତା ହାତୀ ଆକ୍ରମଣରେ ମନୁଷ୍ୟ ଓ ପଶୁଙ୍କ ମୃତ୍ୟୁ, ଫସଲ ଓ ଘର-ଦ୍ୱାରର କ୍ଷତି ହେଉଥିବା ରୁ ଅଞ୍ଚଳବାସୀଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଅଛି। ଏହା ର ତୁରନ୍ତ ସମାଧାନ ପାଇଁ ମଙ୍ଗଳବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଘୁ.ଉଦୟଗିରି ଓ କଳିଙ୍ଗାରେ ବନ୍ଦ ପାଳନ କରାଯାଇଥିଲା।ବନ୍ଦ ସମୟରେ ସମସ୍ତ ଦୋକାନ, ବଜାର, ସରକାରୀ-ବେସରକାରୀ କାର୍ଯ୍ୟାଳୟ ଓ ଯାତାୟାତ ପୂରାପୂରି ବନ୍ଦ ରହିଥିଲା। ଶତାଧିକ ସ୍ଥାନୀୟ ମହିଳା-ପୁରୁଷ ହାଟପଦାରୁ ଏକ ଶାନ୍ତିପୂର୍ଣ୍ଣ ରାଲି କରି ଦନ୍ତା ହାତୀକୁ ଅନ୍ୟତ୍ର ସ୍ଥାନାନ୍ତର, ଗ୍ରାମଗୁଡିକରେ ସୋଲାର ଲାଇଟ୍ ସ୍ଥାପନ, କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ କ୍ଷତିପୂରଣ ଓ ଜିଲ୍ଲାରେ ସ୍ଥାୟୀ ରକ୍ଷକ ଦଳ ଗଠନ ଦାବି ଉଠାଇଥିଲେ।ଏହି ୪-ଦଫା ଦାବିପତ୍ର ସ୍ଥାନୀୟ ତହସିଲଦାର ରଞ୍ଜନ କୁମାର ସାହୁ ଓ ବିଡିଓ ଶରତ ଚନ୍ଦ୍ର ମଲ୍ଲିକ ଙ୍କ ସହାୟତା ରେ ଦାବିପତ୍ର ପ୍ରଦାନ କରାଯାଇଥିଲା।ବନ୍ଦ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ସକାଶେ ପୋଲିସ ବାହିନୀ ସଜାଗ ରହିଥିବା ଦେଖିବାକୁ ମିଳିଥିଲା। ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଥିଲା।
