ଭାରତୀୟ ରେଳବାଇ ଯାତ୍ରୀଙ୍କ ସୁବିଧା ପାଇଁ 12,000 ନୂତନ ସାଧାରଣ କୋଚ,

ଭାରତୀୟ ରେଳବାଇ ଯାତ୍ରୀଙ୍କ ସୁବିଧା ପାଇଁ 12,000 ନୂତନ ସାଧାରଣ କୋଚ, ମହାକୁଂଭ ପ୍ରସ୍ତୁତି ପାଇଁ 13,000 ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା କରିଛିଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ଏକ ଦୃଢ ପ୍ରତିବଦ୍ଧତା ପ୍ରଦର୍ଶନ କରିଛି, ଏହା ଆଜି ସଂସଦରେ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି 12,000 ନୂତନ ସାଧାରଣ କୋଚ୍ର ବ୍ୟବସ୍ଥା କରାଯାଇଛି ଯାହା ସଂରକ୍ଷିତ ଯାତ୍ରୀ ଯାତ୍ରାକୁ ଯଥେଷ୍ଟ ଉନ୍ନତ କରିବା | ସୁଲଭ ଯାତ୍ରା ବିକଳ୍ପଗୁଡ଼ିକର ଚାହିଦାକୁ ଦୃଷ୍ଟିରେ ରଖି ଏହି କୋଚଗୁଡିକ ର ସଂଯୋଗ କରାଯାଇଛି ଯାହାକି ଯାତ୍ରୀ ମାନଙ୍କୁ ଅଧିକ ସୁବିଧା ତଥା ଆରାମ ପ୍ରଦାନ କରିବ। ଏହି ପରିପ୍ରେକ୍ଷୀରେ ଯାତ୍ରୀମାନଙ୍କ ପାଇଁ ରେଳ କ୍ଷମତା ଏବଂ ସୁବିଧାକୁ ଆହୁରି ବଢାଇବା ପାଇଁ ପୂର୍ବ ତଟ ରେଳବାଇ 43 ଟି ରେକରେ 72 ଟି କୋଚ୍ ସଂଲଗ୍ନ କରିଛି।ସଂସଦରେ ଉତ୍ତର ଦେବାବେଳେ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଭାରତର ସର୍ବ ବୃହତ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମାବେଶ ମହାକୁଂଭ ପାଇଁ ପ୍ରସ୍ତୁତି, ଏଥିସକାଶେ ଭାରତୀୟ ରେଳବାଇ 13,000 ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରିଛି। ଏହି ଟ୍ରେନ୍ ଗୁଡିକ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ପାଇଁ ଉନ୍ନତ ଷ୍ଟେସନ ସୁବିଧା ସହିତ ଏକ ସୁଗମ ଏବଂ ସୁରକ୍ଷିତ ଯାତ୍ରା ଅଭିଜ୍ଞତା ନିଶ୍ଚିତ କରିବ|ଏହି ବିଷୟରେ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ମନ୍ତବ୍ୟ ଦେଇ କହିଛନ୍ତି ଯେ ଭାରତୀୟ ରେଳର ଏହି ପଦକ୍ଷେପଗୁଡିକ ଯାତ୍ରୀମାନଙ୍କର ବିଭିନ୍ନ ଆବଶ୍ୟକତା ପୂରଣ କରିବା ସହ, ସମାନ ସୁବିଧା ସୁନିଶ୍ଚିତ କରିବା ଏବଂ ଆମ ଦେଶର ସାଂସ୍କୃତିକ ଐତିହ୍ୟ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ।ମହାକୁମ୍ବ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ର ବ୍ୟବସ୍ଥା ପ୍ରମୁଖ ଷ୍ଟେସନରେ ଭିଡ଼ ପରିଚାଳନାରେ ସହାୟକ ହେବ ତଥା ଯାତ୍ରୀମାନଙ୍କୁ ସୁରକ୍ଷା ଏବଂ ଆରାମ ଦାୟକ ଯାତ୍ରା ସୁନିଶ୍ଚିତ କରିବା | ଭାରତୀୟ ରେଳର ଏହି ପଦକ୍ଷେପଗୁଡିକ ଏହି ସମୟରେ ରେଳ ନେଟୱାର୍କ ଉପରେ ଅତ୍ୟଧିକ ଭାରକୁ ଯଥେଷ୍ଟ ହ୍ରାସ କରିବ ବୋଲି ଆଶା କରାଯାଉଛି |

Leave a Reply

Your email address will not be published. Required fields are marked *