ଟାଟା ଷ୍ଟିଲ କଳିଙ୍ଗନଗର ଏବଂ ନୀଳାଚଳ ଇସ୍ପାତ ନିଗମ ପକ୍ଷରୁ ଭାରତରତ୍ନ ଜେ.ଆର.ଡି. ଟାଟାଙ୍କ ୧୨୧ତମ ଜୟନ୍ତୀ ପାଳିତ

ଟାଟା ଷ୍ଟିଲ କଳିଙ୍ଗନଗର ଏବଂ ନୀଳାଚଳ ଇସ୍ପାତ ନିଗମ ପକ୍ଷରୁ ଭାରତରତ୍ନ ଜେ.ଆର.ଡି. ଟାଟାଙ୍କ ୧୨୧ତମ ଜୟନ୍ତୀ ପାଳିତ
~ ରକ୍ତଦାନ ଶିବିରରେ ୩୧୭ ୟୁନିଟ୍ ରକ୍ତ ସଂଗ୍ରହ

କଳିଙ୍ଗନଗର, ଜୁଲାଇ ୨୯, ୨୦୨୫: ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ଏବଂ ନୀଳାଚଳ ଇସ୍ପାତ ନିଗମ୍ ଲିମିଟେଡ଼ (ଏନଆଇଏନଏଲ ପକ୍ଷରୁ ଭାରତ ରତ୍ନ ଜେ.ଆର୍.ଡି ଟାଟାଙ୍କ ୧୨୧ତମ ଜୟନ୍ତୀ ଉତ୍ସବ ଯାଜପୁର ଜିଲ୍ଲାର ଡୁବୁରୀ ସ୍ଥିତ କାରଖାନା ପରିସରରେ ପାଳିତ ହୋଇଯାଇଛି ।

ଏହି ଅବସରରେ ଟିଏସକେ ସେଣ୍ଟରରେ ଏକ ଶ୍ରଦ୍ଧାଞ୍ଜଳି ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଟାଟା ଷ୍ଟିଲ କଳିଙ୍ଗନଗରର ମେକାନିକାଲ୍ ମେଣ୍ଟେନାନ୍ସ ମୁଖ୍ୟ ଶଙ୍କର ବିଶ୍ୱାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟାଟା ଷ୍ଟିଲ ୱର୍କର୍ସ ୟୁନିୟନର ସଭାପତି ରବୀନ୍ଦ୍ର କୁମାର ଜାମୁଡା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ କଳିଙ୍ଗନଗରର ବହୁ ବରିଷ୍ଠ ଅଧିକାରୀ, ୟୁନିୟନ୍ ପ୍ରତିନିଧି ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଜୟନ୍ତୀ ଉତ୍ସବର ଅଂଶ ଭାବେ ଓଡ଼ିଶା ବ୍ଲଡ୍ ସେଣ୍ଟର, ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ସେଣ୍ଟ୍ରାଲ୍ ରେଡ୍ କ୍ରସ୍ ବ୍ଲଡ୍ ସେଣ୍ଟର, କଟକଙ୍କ ସହଯୋଗରେ ପ୍ଲଟ୍-୨ ଅଡିଟୋରିୟମରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ଟାଟା ଷ୍ଟିଲ କର୍ମଚାରୀ, ଭେଣ୍ଡର୍ ପାର୍ଟନର୍ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ସମେତ ୩୧୭ ଜଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।

ଏହାପୂର୍ବରୁ, ଟାଟା ଷ୍ଟିଲର ୱେଲନେସ୍ କମିଟି ପକ୍ଷରୁ କଳିଙ୍ଗନଗର ଟାଉନସିପରେ ଏକ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଥିରେ ଟାଉନସିପରେ ରହୁଥିବା କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ।

ଏହା ବ୍ୟତୀତ, ଟାଟା ଷ୍ଟିଲ ଫାଉଣ୍ଡେସନ୍ ସହଯୋଗରେ ବିଭିନ୍ନ ବିଭାଗ ଦ୍ୱାରା ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯେଉଁଥିରେ ସ୍କୁଲ ପିଲାମାନଙ୍କୁ ଖେଳ ସାମଗ୍ରୀ ଓ ଛତା ବିତରଣ କରାଯିବା ସହିତ ବୃକ୍ଷଚାରା ରୋପଣ କାର୍ଯ୍ୟକ୍ରମ ଏବଂ ନିକଟସ୍ଥ ଏକ ଅନାଥାଶ୍ରମ ପରିଦର୍ଶନ କାର୍ଯ୍ୟ ଆଦି ହୋଇଥିଲା।

ସମାନ ଭାବେ ଶ୍ରଦ୍ଧାଞ୍ଜଳି ସମାରୋହ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନଆଇଏନଏଲ) ଏବଂ ଫେରୋ ଆଲୋୟ ପ୍ଲାଣ୍ଟ ବ୍ରାହ୍ମଣୀପାଳରେ ମଧ୍ୟ ପାଳନ କରାଯାଇଥିଲା। ଏନଆଇଏନଏଲ କଲୋନୀରେ କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ଜେ.ଆର.ଡି. ଟାଟାଙ୍କ ଜୀବନୀ ଉପରେ ଆଧାରିତ ଏକ କ୍ୱିଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ଏହା ବ୍ୟତୀତ, ଜେ.ଆର.ଡି. ଜୟନ୍ତୀ ଉତ୍ସବ ଅବସରରେ ଡିଜିଟାଲ୍ ଶ୍ରଦ୍ଧାଞ୍ଜଳି, ଭର୍ଚୁଆଲ୍ ପ୍ରଦର୍ଶନୀ ଏବଂ ଅନ୍ୟାନ୍ୟ ଇଣ୍ଟରାକ୍ଟିଭ୍ ସେସନ୍ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅନଲାଇନ୍ ରେ ଆୟୋଜିତ ହୋଇଥିଲା।

Leave a Reply

Your email address will not be published. Required fields are marked *