ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଗୋକୁଳାନନ୍ଦ ମହାନ୍ତିଙ୍କ ୧୨୬ତମ ଜୟନ୍ତି ଅନୁଷ୍ଠିତ

ଭଦ୍ରକ, ୨୩/୧୨/୨୦୨୫: ସ୍ୱାଧୀନତା ସଂଗ୍ରାମୀ ଗୋକୁଳାନନ୍ଦ ମହାନ୍ତି ଙ୍କ ଜୟନ୍ତି ଅବସରରେ ଆଜି ଏକ ଆଲୋଚନା ଚକ୍ର ଜିଲ୍ଲା ସୂଚନା – ଲୋକସମ୍ପର୍କ ବିଭାଗ, ଭଦ୍ରକ ଦ୍ୱାରାଭଦ୍ରକସ୍ଥିତ ସଂସ୍କୃତି ଭବନରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀ ଗୋକୁଳାନନ୍ଦ ମହାନ୍ତିଙ୍କ ତୈଳଚିତ୍ରରେ ପୁଷ୍ପମାଳ୍ୟ ଅର୍ପଣ କରାଯାଇ ତାଙ୍କର ଦେଶପ୍ରେମ ଓ ତ୍ୟାଗକୁ ସ୍ମରଣ କରାଯାଇଥିଲା।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବିନାରାୟଣ ସାହୁ ଏବେକାର ଯୁବପିଢ଼ୀଙ୍କୁ ସ୍ୱାଧୀନତା ସଂଗ୍ରାମୀ ଗୋକୁଳାନନ୍ଦ ମହାନ୍ତିଙ୍କ ଦେଶପ୍ରେମରେ ଅନୁପ୍ରାଣିତ ହୋଇ ଦେଶ ଓ ଜାତି ପ୍ରତି କର୍ତ୍ତବ୍ୟନିଷ୍ଠ ହେବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବାକୁ ପରାମର୍ଶ ଦେଇଥିଲେ।ଗୋକୁଳାନନ୍ଦ ମହାନ୍ତି ଙ୍କ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଆଲୋଚନା ଚକ୍ରରେ ଗୋକୁଳାନନ୍ଦ ମହାନ୍ତି ସ୍ମୃତି କମିଟିର ସଭାପତି ଲଲାଟେନ୍ଦୁ ମହାନ୍ତି, ଉପ ସଭାପତି ବିଷ୍ଣୁ ମୋହନ ମହାପାତ୍ର, ସମ୍ପାଦକ ଜ୍ୟୋତି ପ୍ରକାଶ ମହାନ୍ତି, ଦିବ୍ୟସିଂହ ନାୟକ, ପବନ ଶର୍ମା, ପଦ୍ମନ ରାୟ, ଶିକ୍ଷାବିତ୍ ଡ଼. ରମାକାନ୍ତ ନାୟକ, ଗାନ୍ଧୀ ପ୍ରତିଷ୍ଠାନ ର ସଭାପତି ଅଖିଳ କୁମାର ପାଢ଼ୀ , ଗୋକୁଳାନନ୍ଦ ଙ୍କ ର ପୁତ୍ର ବଧୂ ଝରଣା ପଟ୍ଟନାୟକ, ତ‍୍ୟାଗଭୁମି ସଭାପତି ଅଜୟ ନାୟକ, ସଂଯୁକ୍ତା ବଳନ।ୟକ, ଶୁକାନ୍ତି ମହାପାତ୍ର, ରାଧାରାଣୀ ମହାପାତ୍ର ଯୋଗଦେଇ ଗୋକୁଳାନନ୍ଦ ମହାନ୍ତିଙ୍କ ଗାନ୍ଧୀବାଦୀ ନୀତି , ଜୀବନ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ।ବକ୍ତାମାନେ ଉପସ୍ଥିତ ଦର୍ଶକମାନଙ୍କୁ ନିଜ ଦେଶ ଓ ଭଦ୍ରକ ମାଟି ପାଇଁ ନିଜକୁ ଉତ୍ସର୍ଗ କରିବାକୁ ପ୍ରେରଣା ଦେଇଥିଲେ।ଜୟନ୍ତୀ ଅବସରରେ ସୁପ୍ରତିଷ୍ଟ କଣ୍ଠଶିଳ୍ପୀ ସୋନାଲି ଦାସ ଓ ସ୍ମୃତିଶ୍ରୀୟା ମହାନ୍ତିଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କରାଯାଇଥିଲା।

ଏହା ସହ ଗାନ୍ଧୀ ଓଡ଼ିଶା ବାଳାଶ୍ରମର ଶିଶୁମାନଙ୍କ ଦ୍ୱାରା ସର୍ବଧର୍ମ ପ୍ରାର୍ଥନା ପାଠ କରାଯାଇଥିଲା।ଆଜି ସକାଳ ୮.୩୦ ରେ ଗୋଶାଳା ପାଖରେ ଗୋକୁଳାନନ୍ଦ ମହାନ୍ତି ଙ୍କ ର ଜୟନ୍ତି ଉତ୍ସବରେ ଗୋକୁଳାନନ୍ଦ ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ମାନ୍ୟବର ମନ୍ତ୍ରୀ, ସୂର୍ଯ୍ୟବଂଶୀ ସୁରଜ୍,ଉଚ୍ଚଶିକ୍ଷା ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ମାଳ୍ୟାର୍ପଣ କରାଯାଇଥିଲା।ସଭାକାର୍ଯ୍ୟର ପ୍ରାରମ୍ଭରେ ତ୍ରିଲୋଚନ ପଣ୍ଡାଙ୍କ ଦ୍ୱାରା ବେଦମନ୍ତ୍ର ପାଠ କରାଯାଇଥିଲା। ଉକ୍ତ ସଭାକାର୍ଯ୍ୟକୁ ଡେପୁଟୀ କଲେକ୍ଟର ତଥା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଲ ସଂଯୁକ୍ତ ଭାବେ ପରିଚାଳନା କରିଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମଧୁସ୍ମିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ସଭା ପରିଚାଳନାରେ ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍ଖା ଓ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ର କର୍ମଚାରୀ ମିନାକ୍ଷୀ ଗରାବଡୁ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *