ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜନ୍ମଜୟନ୍ତୀ
ଭଦ୍ରକ, ତା. ୨୩/୦୧/୨୦୨୬ :ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜନ୍ମଜୟନ୍ତୀ ଉପଲକ୍ଷେ ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ଅନୁଭାଗ ପକ୍ଷରୁ ଆଜି ସକାଳ ୮.୩୦ ମିନିଟ୍ରେ ଭଦ୍ରକ ଜିଲ୍ଲା ସ୍କୁଲ ପରିସରରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଭବ୍ୟ ଭାବେ ଆୟୋଜିତ ହୋଇଯାଇଛି।ଏହି ଅବସରରେ ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ଶ୍ରୀ ଦିଲୀପ ରାଉତରାଏ ଓ ଏନ୍ସିସି କର୍ଣ୍ଣେଲ ଶ୍ରୀ ଏସ୍.ଏସ୍. ରଘୁବଂଶୀ ପୁଷ୍ପମାଲ୍ୟ ଅର୍ପଣ କରି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଦିଲୀପ ରାଉତରାଏ ନେତାଜୀଙ୍କ ଦେଶପ୍ରେମ, ତ୍ୟାଗ ଓ ସଂଘର୍ଷମୟ ଜୀବନ ଆଜିର ଯୁବପିଢ଼ି ପାଇଁ ପ୍ରେରଣାସ୍ୱରୂପ ବୋଲି କହିଥିଲେ।

ଏନ୍ସିସି କର୍ଣ୍ଣେଲଶ୍ରୀ ଏସ୍.ଏସ୍. ରଘୁବଂଶୀ ନେତାଜୀଙ୍କ ଶାସନଶୀଳତା ଓ ନେତୃତ୍ୱଗୁଣ ଉପରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ପ୍ରତିଷ୍ଠିତ ତ୍ୟାଗଭୂମିର ସଭାପତି ଶ୍ରୀ ଅଜୟ ନାୟକ, ରୋଟାରିଆନ୍ ଶ୍ରୀ ଅତିଶ୍ ବେହେରା, ସାମ୍ବାଦିକ ଶ୍ରୀ ଦୁର୍ଗା ଶଙ୍କର ବିଶ୍ୱାଳ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମତିଥି ଉପଲକ୍ଷେ ନିଜର ଅନୁପ୍ରେରଣାମୂଳକ ଅଭିଭାଷଣ ରଖିଥିଲେ। ସମସ୍ତ ସାମ୍ବାଦିକ ବନ୍ଧୁଗଣ,ପ୍ରଶାସନର ଅଧିକାରୀ,ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା, ଜିଲ୍ଲା ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ, ଏନ୍ସିସି କ୍ୟାଡେଟ୍, ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଉପସ୍ଥିତ ରହି ନେତାଜୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
