ଟଙ୍କାଛାଈ ଉନ୍ନତି ବିଦ୍ୟାଳୟରେ ୧୨ତମ ବାର୍ଷିକ ଉତ୍ସବ
ପୁରୁଷୋତ୍ତମପୁର : ଟଙ୍କାଛାଈ ସରକାରୀ ଉନ୍ନତି ବିଦ୍ୟାଳୟ ରେ ୧୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଯାଇଅଛି। ପ୍ରଧାନ ଶିକ୍ଷକ ମନୋଜ କୁମାର ମହନି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକ ପ୍ରତାପ ନାୟକ ଓ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ବିଜୟ କୁମାର ବେହେରା, ସିଆରସିସି ପ୍ରଦୀପ କୁମାର ବେହେରା, ହୁଗୁଳାପଟା ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ମହେଶ୍ୱର ମହାନ୍ତି,ସରପଞ୍ଚ ବିଶ୍ଵନାଥ ବେହେରା, ସମିତି ସଭ୍ୟ ଡଲି ବେହେରା, ପରିଚାଳନା କମିଟି ସଭାପତି ପ୍ରଫୁଲ ଚନ୍ଦ୍ର ସ୍ୱାଈ , ଆଲୁମିନ କମିଟି ର ପୂର୍ବତନ ସଭାପତି ବଙ୍ଗାଳି ଦଳାଇ ପ୍ରମୁଖ ମଞ୍ଚାସୀନଥିଲେ। ପ୍ରଧାନ ଶିକ୍ଷକ ବାର୍ଷିକ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମ ରେ କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ରଞ୍ଜନ ପ୍ରଧାନ ଓ ଏ.ଚନ୍ଦ୍ରଶେଖର ରାଓ ସଂଯୋଜନା କରିଥିବା ବେଳେ ଶେଷ ରେ ବରିଷ୍ଠ ଶିକ୍ଷକ ଗୋଲକ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
