୧୩୧ ଜଣ ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କଲା

୧୩୧ ଜଣ ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କଲା l ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୧୩ ଜଣଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର ଓଡ଼ିଶାରୁ ନାଟ୍ୟକାର ସୀମାଞ୍ଚଳ ପାତ୍ର; ସାନ୍ତାଳୀ ଭାଷାବିତ୍‌ ଚରଣ ହେମ୍ବ୍ରମ୍‌; ଜନଜାତି ଗବେଷକ ମହେନ୍ଦ୍ର କୁମାର ମିଶ୍ର ଏବଂ କୁଶଳୀ ବୁଣାକାର ଶରତ କୁମାର ପାତ୍ର ପାଇବେ ପଦ୍ମଶ୍ରୀ ସମ୍ମାନନୂଆଦିଲ୍ଲୀ, ୨୫ ଡିସେମ୍ବର :ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶର ଅନ୍ୟତମ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏହି ପୁରସ୍କାର ପାଇଁ ମନୋନିତ ବିଜେତାମାନଙ୍କୁ ଆସନ୍ତା ମାର୍ଚ୍ଚ/ଏପ୍ରିଲ ମାସରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ। ୨୦୨୬ ବର୍ଷ ପାଇଁ କଳା, ସମାଜ ସେବା, ଲୋକସେବା, ବିଜ୍ଞାନ ଓ ଇଞ୍ଜିନିୟରିଂ, ବାଣିଜ୍ୟ ଓ ଶିଳ୍ପ, ଔଷଧ, ସାହିତ୍ୟ ଓ ଶିକ୍ଷା, କ୍ରୀଡା, ନାଗରିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ମୋଟ୍‌ ୧୩୧ ଜଣ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର ଦିଆଯିବ। ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ। ପୁରସ୍କାର ବିଜେତାଙ୍କ ମଧ୍ୟରେ ୧୯ ଜଣ ମହିଳା ଏବଂ ୬ ଜଣ ବିଦେଶୀ ଓ ପ୍ରବାସୀ ନାଗରିକ ସାମିଲ ରହିଛନ୍ତି । ସେହିପରି ୧୬ଜଣଙ୍କୁ ମରଣୋତ୍ତର ଭାବେ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି । ପ୍ରତ୍ୟେକ ବର୍ଷ ସାଧାରଣତନ୍ତ୍ର ଦିବସ ପୂର୍ବରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଥାଏ।ଓଡ଼ିଶାର ୪ ଜଣ ବିଶିଷ୍ଟ ବ୍ୟକ୍ତି ପଦ୍ମଶ୍ରୀ ପୁରସ୍କାର ପାଇବାକୁ ମନୋନିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାର ବୟୋଜ୍ୟେଷ୍ଠ ପ୍ରହ୍ଲାଦ ନାଟକ କଳାକାର ସୀମାଞ୍ଚଳ ପାତ୍ର ଏବଂ ସାନ୍ତାଳି ଭାଷାବିତ୍‌, ଆଦିବାସୀ ସାହିତ୍ୟ ଓ ସଂସ୍କୃତିର ଗବେଷକ ତଥା ସଂରକ୍ଷକ ଚରଣ ହେମ୍ବ୍ରମ୍‌ ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର ପାଇବେ। ସେହିପରି ରାଜ୍ୟର ଜଣେ କୁଶଳୀ ବୁଣାକାର ଶରତ କୁମାର ପାତ୍ର ଏବଂ ଜନଜାତି ସାହିତ୍ୟିକ ଓ ଗବେଷକ ମହେନ୍ଦ୍ର କୁମାର ମିଶ୍ର ପଦ୍ମଶ୍ରୀ ପୁରସ୍କାର ପାଇବେ।ସୂଚନାଯୋଗ୍ୟ, ଚରଣ ହେମ୍ବ୍ରମ୍‌ ଜଣେ ପରିଚିତ ସାନ୍ତାଳି ଲେଖକ ଏବଂ ଶିକ୍ଷା ସଂସ୍କାରକ । ସେ ୧୫ଶହରୁ ଅଧିକ ଇତୁନ୍‌ ଅସ୍ରା କେନ୍ଦ୍ର ଜରିଆରେ ଆଦିବାସୀ ପରମ୍ପରାକୁ ସୁରକ୍ଷା ଦେଇଛନ୍ତି। ସେ ଆଦିବାସୀ ଯୁବବର୍ଗଙ୍କୁ ସଶକ୍ତ କରିବା ସହିତ ଆଦିବାସୀ ଐତିହ୍ୟର ସଂରକ୍ଷଣ କ୍ଷେତ୍ରରେ ଯୋଗଦାନ ଦେଇଛନ୍ତି । ସେହିପରି ବୟୋଜ୍ୟେଷ୍ଠ କଳାକାର ସୀମାଞ୍ଚଳ ପାତ୍ର ୮୦ ବର୍ଷରୁ ଅଧିକ ସମୟ ଧରି ଦକ୍ଷିଣ ଓଡ଼ିଶାର ପାରମ୍ପରିକ ଲୋକମଞ୍ଚ ପରମ୍ପରା ପ୍ରହ୍ଲାଦ ନାଟକର ପ୍ରଚାରପ୍ରସାର ଏବଂ ସଂରକ୍ଷଣ ଦିଗରେ ନିରନ୍ତର ପ୍ରୟାସ କରି ଆସିଛନ୍ତି। ସେ ନିଜର ବ୍ୟକ୍ତିଗତ ସଞ୍ଚିତ ଅର୍ଥରୁ ସିଂହଭାଗ ଏହି କଳାର ସଂରକ୍ଷଣ ପାଇଁ ବିନିଯୋଗ କରିଛନ୍ତି । ସେହିପରି ବୁଣାକାର ଶରତ କୁମାର ପାତ୍ର ଇକ୍କତ ବୟନ ଶୈଳୀ ଏବଂ ନବସୃଜନ ପାଇଁ ପରିଚିତି ହାସଲ କରିଛନ୍ତି। ସେ ୫୦ରୁ ଅଧିକ ପ୍ରାକୃତିକ ରଙ୍ଗ ଉଦ୍ଭାବନ କରିଛନ୍ତି ଏବଂ ପାରମ୍ପରିକ ପ୍ରାକୃତିକ କପଡ଼ା ରଙ୍ଗ ପ୍ରକ୍ରିୟାର ପୁନରୁଦ୍ଧାର କରିଛନ୍ତି । ସେ ଶତାଧିକ ଅବହେଳିତ ବୁଣାକାରଙ୍କୁ ମଧ୍ୟ ତାଲିମ ଦେଇ ବୟନ ଶିଳ୍ପର ପୁନରୁଦ୍ଧାର ଦିଗରେ ଯୋଗଦାନ ଦେଇଛନ୍ତି ।ମହେନ୍ଦ୍ର କୁମାର ମିଶ୍ର ଜଣେ ସାହିତ୍ୟିକ ଓ ଶିକ୍ଷାବିତ୍‌ ଭାବେ ୨୫ରୁ ଅଧିକ ପୁସ୍ତକ ଏବଂ ୧୦୦ରୁ ଅଧିକ ଗବେଷଣା ସନ୍ଦର୍ଭ ପ୍ରସ୍ତୁତ କରିଛନ୍ତି । ଆଦିବାସୀ ଭାଷା ଓ ସାହିତ୍ୟର ପ୍ରଚାରପ୍ରସାର ଦିଗରେ ସେ ଉଲ୍ଲେଖନୀୟ କାର୍ଯ୍ୟ କରିବା ସହିତ ଏହାକୁ ଆଗାମୀ ପିଢ଼ି ପାଇଁ ସଂରକ୍ଷିତ ରଖିବା ଦିଗରେ କାର୍ଯ୍ୟ କରିଛନ୍ତି ।ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଚଳିତ ବର୍ଷ ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ର ଏବଂ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି. ଏସ. ଅଚ୍ୟୁତାନନ୍ଦନ୍‌ ମରଣୋତ୍ତର ଭାବେ ପଦ୍ମ ବିଭୂଷଣରେ ସମ୍ମାନିତ କରାଯିବ। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି କେ. ଟି. ଥୋମାସ୍‌, ବିଶିଷ୍ଟ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତଜ୍ଞ ସୁଶ୍ରୀ ଏନ. ରାଜମ୍‌, ସାହିତ୍ୟିକ ତଥା ଶିକ୍ଷାବିତ୍‌ ପି. ନାରାୟଣନ୍‌ ମଧ୍ୟ ପଦ୍ମ ବିଭୂଷଣ ପୁରସ୍କାର ପାଇବେ।କଳାଠାରୁ ଆରମ୍ଭ କରି ଜନସେବା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ୧୩ ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଚଳିତ ବର୍ଷ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରିବା ଲାଗି ମନୋନିତ କରାଯାଇଛି। ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ୍‌ ଏବଂ ରାଜନେତା ତଥା କ୍ରୀଡା ପ୍ରଶାସକ ଭି. କେ. ମାଲହୋତ୍ରାଙ୍କୁ ମରଣୋତ୍ତର ଭାବେ ପଦ୍ମ ଭୂଷଣ ପୁରସ୍କାର ଦିଆଯିବ। ସେହିପରି ଲୋକପ୍ରିୟ କଣ୍ଠଶିଳ୍ପୀ ଅଲ୍‌କା ୟାଗ୍ନିକ୍‌, ଲୋକପ୍ରିୟ ଚଳଚ୍ଚିତ୍ର ତାରକା ମାମୁଟ୍ଟି, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଗୋଆ ଓ ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ ଭଗତ ସିଂ କୋସିଆରି, ଶିଳ୍ପପତି ଉଦୟ କୋଟକ, ପୂର୍ବତନ ଟେନିସ ତାରକା ବିଜୟ ଅମୃତରାଜଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯିବ।ଚଳିତ ବର୍ଷ ମୋଟ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନିତ କରାଯାଇଛି। ତାରକା କ୍ରିକେଟର ରୋହିତ ଶର୍ମା, ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନ୍‌ ପ୍ରିତ୍‌ କୌର, ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପ୍ରବୀଣ କୁମାର, ମହିଳା ହକି ଖେଳାଳି ସବିତା ପୂର୍ଣ୍ଣିୟାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ। ଅଭିନେତା ଆର. ମାଧବନ୍‌, ପ୍ରସେନଜିତ୍‌ ଚାଟାର୍ଜୀ, ଅନିଲ ରସ୍ତୋଗି, ଅରବିନ୍ଦ ବୈଦ୍ୟଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନିତ କରାଯାଇଛି। ପଦ୍ମ ପୁରସ୍କାରର ସମ୍ପୂର୍ଣ୍ଣ ତାଲିକା ନିମ୍ନରେ ଦିଆଗଲା

Leave a Reply

Your email address will not be published. Required fields are marked *