ଆମ୍ ଆଦ୍‌ମୀ ପାର୍ଟିର 13ତମ ପ୍ରତିଷ୍ଠା ଦିବସ

ସମ୍ବିଧାନ ପ୍ରତିଷ୍ଠାର 75 ତମ ପୂର୍ତ୍ତି ଉପଲକ୍ଷେ ବ୍ରହ୍ମପୁର ସ୍ଥାନୀୟ ଗେଟ ବଜାର ପାର୍ଟି କାର୍ଯ୍ୟାଳୟରୁ ଏକ ମୋଟର ସାଇକେଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା l ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ ସ୍ଲୋଗାନ ଦେଇ, ଲୋକଙ୍କୁ ନିଜର ସାମ୍ବିଧାନିକ ଅଧିକାର ପାଇବା ପାଇଁ ଜନସାଧାରଣ ଏକ ହୁଅ ବୋଲି ଜିଲ୍ଲା ସାଧାରଣ ସମ୍ପାଦକ ଆଦିତ୍ୟ ନାରାୟଣ ରଥ ଲୋକଙ୍କୁ ସଚେତନ କରିଥିଲେ lରାଜ୍ୟ ସଂଗଠନ ସମ୍ପାଦକ ଆଚାର୍ଯ୍ୟ କଲ୍ୟାଣ ଆନନ୍ଦ ଅତିଥି ରୂପେ ଯୋଗଦେଇ, ସମ୍ବିଧାନର ସୁରକ୍ଷା ଏବଂ ଆମର ଦାୟିତ୍ୱ ଉପରେ ଯୁବ ସମାଜ ସଂଗଠିତ ହେବାକୁ ଆହ୍ୱାନ ଦେଇଥିଲେ l

ଜିଲ୍ଲା ଆବାହକ ସୁବାଷ ରାଉତ ମୋଟର ସାଇକେଲ ଶୋଭାଯାତ୍ରାର ନେତୃତ୍ୱ ନେଇ ଆଗାମୀ ଦିନରେ ପାର୍ଟିକୁ ସଂଗଠିତ କରି କେଜ୍ରିୱାଲଙ୍କ ବିକଶିତ ଭାରତର ସ୍ବପ୍ନକୁ ପୂରଣ କରିବାକୁ କାର୍ଯ୍ୟକର୍ତ୍ତାକୁ ପ୍ରେରଣା ଦେଇଥିଲେ lକାର୍ଯ୍ୟକ୍ରମରେ କୈଳାଶ ସେଠୀ, ପଦ୍ମନାଭ ମହାରଣା, ଅଜାମ୍ବିଳ ବିଶ୍ୱାଳ, ଧୀରେନ୍ଦ୍ର ସାବତ, ସୁଦର୍ଶନ ମଲିକ, ଅଭିମନ୍ୟୁ ଦଳାଇ, ରମେଶ ବେହେରା, ସୁରେଶ ପାତ୍ର, ରଞ୍ଜିତ ତ୍ରିପାଠୀ, ରଞ୍ଜନ କୁମାର ରାଉତ,ଶ୍ୟାମଘନ ଗୌଡ଼, ସୁନୀଲ ଆଚାର୍ଯ୍ୟ, ନିଭାସ୍ମିତା ପ୍ରଧାନ,ମିନତି ସ୍ୱାଇଁ, ନିରଞ୍ଜନ ପାତ୍ର ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଅଂଶ ଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *