ଏକା ସାଙ୍ଗରେ ୧୪ଜଣ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଏକା ସାଙ୍ଗରେ ୧୪ଜଣ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ।
ଗଣିଆ -ଗଣିଆ ବ୍ଲକର ୧୩ ଜଣ ଅବସରପ୍ରାପ୍ତ ଶିକ୍ଷକ ଏବଂ ଶିକ୍ଷା ଅଧିକାରୀଙ୍କୁ ଶିକ୍ଷକ ଭବନ ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଜ୍ଞାପନ କରାଯାଇଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟ, ଅତିରିକ୍ତ ଶିକ୍ଷା ଅଧିକାରୀ ବିନୋଦିନୀ ପଣ୍ଡା, ନିରୁପମା ମହାପାତ୍ର, ଶିକ୍ଷକ ସଂଘ ସଭାପତି ବିଜୟ କୁମାର ମହାରଣା, ଶିକ୍ଷାବିତ ରାମଚନ୍ଦ୍ର ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ । ଶିକ୍ଷକ ବାମନ ଚରଣ ବାରିକି ମଞ୍ଚ ପରିଚାଳନା କରିଥିଲେ । ପ୍ରାଥମିକ ସଂଘ ତରଫରୁ ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟ, ଶିକ୍ଷକ ପ୍ରହଲ୍ଲାଦ ଦଳେଇ, ଶଙ୍କର୍ଷଣ ସାହୁ,ସୁରେଶ ଚନ୍ଦ୍ର ପ୍ରଧାନ,ରାସ ବିହାରୀ ମୁଦୁଲି, ପ୍ରମୋଦ କୁମାର ସ୍ବାଇଁ, ସ୍ବର୍ଣ୍ଣଲତା ଦାଶ,ପ୍ରଶାନ୍ତ କୁମାର ସାହୁ, ବିରଞ୍ଚି କୁମାର ରାଉତ, ପ୍ରଫୁଲ୍ଲ କୁମାର ମହାନ୍ତି, ସୁବାସ ଚନ୍ଦ୍ର ନାୟକ, କୃଷ୍ଣଚନ୍ଦ୍ର ବେହେରା,ଚୀନ କୁମାର ହୋତା, ଅକ୍ଷକୁମାର ସାହୁଙ୍କୁ ଉତ୍ତରୀୟ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅବସରପ୍ରାପ୍ତ ଶିକ୍ଷକ ମାନେ ନିଜ ନିଜର ଅଭିଜ୍ଞତା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଗଣିଆ ବ୍ଳକ ବରିଷ୍ଟ ନାଗରିକ ମଞ୍ଚର ସଭାପତି ଗିରିଶ କୁମାର ମିଶ୍ରଙ୍କ ସମେତ ଗଣିଆ ବ୍ଳକର ବହୁ ଶିକ୍ଷାବିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପ୍ରାଥମିକ ଶିକ୍ଷକ ସଂଘର ଏଭଳି ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି । ଶିକ୍ଷକ ସଂଘର ସମ୍ପାଦକ ସୁରେଶ କୁମାର ବେହେରା, ସୁନିଲ କୁମାର ସାହୁ,ଶୋଭନ କୁମାର ପଣ୍ଡା,ପ୍ରତାପ କୁମାର ପାଣିଗ୍ରାହୀ,ଶରତ କୁମାର ଜେନାଙ୍କ ସମେତ ୧୦୦ରୁ ଅଧିକ ଶିକ୍ଷକ ଉପସ୍ଥିତ ରହି ସହଯୋଗ କରିଥିଲେ । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *