୧୪୦ ରୁ ଉର୍ଦ୍ଧ ଗୋରୁ ଜବଦ

* ଆନନ୍ଦପୁର ପୋଲିସ କୁ ମିଳିଲା ବଡ଼ ସଫଳତା l ବିଶେଷ ସୂତ୍ରରୁ ଖବର ପାଈ ଗୋରୁ ଗାଡି ଆସିବା ପୂର୍ବରୁ ଭୋର ପାଞ୍ଚଟା ସମୟରେ ଆନନ୍ଦପୁର ସବୁ ଛକ ଏବଂ କୋଡ଼ପଡା ଛକରୁ ପୂର୍ବରୁ ଛଦ୍ମ ବେଶରେ ରହିଥିବା ପୋଲିସ କୁ ଦୁଇଟି ଚଉଦ ଚକିଆ ଟ୍ରକ ଏବଂ ଦୁଇଟି ପିକ ଅପ ଭ୍ୟାନ ଗୋରୁ ଗାଡି କରଞ୍ଜିଆ ଅଭିମୁଖେ ଯାଉଥିବା ସମୟରେ ଗୋରୁ ଗାଡି ଗୁଡିକ ଜବଦ କରିବା ସହିତ ୧୧ ଟି ମୋବାଇଲ ଫୋନ ସହ ନଗଦ ୧୦ ହଜାର ଟଙ୍କା ଜବଦ କରିଛି ଆନନ୍ଦପୁର ପୋଲିସ l

ବେଆଇନ ଭାବେ ଗୋରୁ ଚାଲାଣ କରି ଗୋ ମାତାଙ୍କୁ ହତ୍ୟା କରିବା ପୂର୍ବରୁ ଗାଡି ଗୁଡିକ ଜବଦ ୧୦ ଜଣକୁ ଅଟକ ରଖି ମୁଖ୍ୟ ଆସାମୀ ମାନଙ୍କୁ ଧରିବା ପାଈଁ ତଦନ୍ତ ଚଳାଇଛନ୍ତି ଆନନ୍ଦପୁର ପୋଲିସ l

Leave a Reply

Your email address will not be published. Required fields are marked *