ରଙ୍ଗଶାଳା ଅନୁଷ୍ଠାନ ପକ୍ଷରୁ ୧୪ ତମ ଜାତୀୟ ନାଟ୍ୟ ମହୋତ୍ସବ

ରଙ୍ଗଶାଳା ଅନୁଷ୍ଠାନ ପକ୍ଷରୁ ୧୪ ତମ ଜାତୀୟ ନାଟ୍ୟ ମହୋତ୍ସବ ୨୦୨୪ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ବଦ୍ରି ମିଶ୍ର,ବରିଷ୍ଠ କଳାକାର ଭରତ ଚନ୍ଦ୍ର ନାୟକ,ଗଣେଶ୍ଵର ମହାପାତ୍ର,ଶିବସୁନ୍ଦର ମିଶ୍ର, ଗୋବିନ୍ଦ ଚନ୍ଦ୍ର ମହାନ୍ତି,ସାମାଜିକ କର୍ମୀ ସୁରେଶ କୁମାର ନନ୍ଦ,ଉପସ୍ଥାପିକା ମୌଳିକାନ୍ତା ମିଶ୍ର (ଗୁଡ୍ଡି) ଏବଂ ଅନୁଷ୍ଠାନର ନିର୍ଦ୍ଦେଶକ ବିକ୍ରମ କୁମାର ସାହୁ ପ୍ରମୁଖ ଯୋଗଦାନ କରି ମହାପ୍ରଭୁ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ।

ଏହି ଅବସରରେ ନାଟ୍ଯ ସଂଜୀବନୀ ବ୍ୟୋମକେଶ ତ୍ରିପାଠୀ ସମ୍ମାନରେ ବିଶିଷ୍ଟ ହାସ୍ୟ ଅଭିନେତା ହରିହର ମହାପାତ୍ରଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ପ୍ରଦାନ କରାଯାଇଥିଲା।ମଞ୍ଚ ପରିଚାଳନା କରିଥିଲେ ମଧୁସ୍ମିତା ସାହୁ ଏବଂ ସମ୍ବର୍ଦ୍ଧନା କାର୍ଯ୍ୟ ପରିଚାଳନା କରିଥିଲେ ଶ୍ୟାମ ପ୍ରକାଶ ସେନାପତି ।

Leave a Reply

Your email address will not be published. Required fields are marked *