୧୫୦ ଗ୍ରାମ ବ୍ରାଉନ ସୁଗାର ସହିତ ବାଇକ ଜବତ, ଜଣେ ଗିରଫ
୧୫୦ ଗ୍ରାମ ବ୍ରାଉନ ସୁଗାର ସହିତ ବାଇକ ଜବତ, ଜଣେ ଗିରଫ
ଯାଜପୁର ଜିଲ୍ଲା ଅବକାରୀ ଅଧୀକ୍ଷକ ଦିବ୍ୟାକିଶ୍ୱର ଥଣ୍ଡଲଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ଡୋଲୀପୁର ଅବକାରୀ ବିଭାଗର ଏକ ଟିମ ମିଲେଟାରୀ ଛକରେ ଚଢ଼ାଉ କରିଥିଲେ l ଏହି ସମୟରେ ଜଣେ ବ୍ୟକ୍ତି ବ୍ରାଉନ ସୁଗାର ବିକିବାକୁ ନେଇ ଆସୁଥିବା ଦେଖି କର୍ମଚାରୀ ମାନେ ଗିରଫ କରିଥିଲେ l ତେବେ ଏହି ଗିରଫ ବ୍ୟକ୍ତି ଜଣକ ଯାଜପୁର ରୋଡ଼ ଥାନା ନୂଆଗାଁ ର ମନୋଜ ମଲିକ ବୋଲି ଜଣାପଡିଛି l ଅବକାରୀ ବିଭାଗ ପକ୍ଷରୁ ଏହି ଅଭିଯୁକ୍ତକୁ ଗିରଫ କରିବା ପରେ ୭୫/୨୫-୨୬ ରେ ଏକ ମାମଲା ରୁଜୁ କରି ଆଜି ଯାଜପୁର ରୋଡ କୋର୍ଟକୁ ଚାଲାଣ କରିଥିବା ଡୋଲୀପୁର ଅବକାରୀ ବିଭାଗ ଅଧିକାରୀ ବିଭୂପ୍ରସାଦ ସାହୁ ସୂଚନା ଦେଇଛନ୍ତି l ତେବେ ଅଭିଯୁକ୍ତ ନିକଟରୁ ୧୫୦ ଗ୍ରାମ ବ୍ରାଉନ ସୁଗାର ସହିତ ଏକ ବାଇକ ଜବତ ହେଇଥିବା ସୂଚନା ମିଳିଛି l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
