1500 ଲିଟର ପୋଚ ନଷ୍ଟ, 40 ଲିଟର ଦେଶି ମଦ ଜବତ ସହ ମହିଳା ଗିରଫ
ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅଧୀନରେ ଥିବା ଗୌଡଗୋଠ ଓ ଗଡ ଚିକିଲି ଗ୍ରାମରେ ପୋଲିସ ର ଆତର୍କିତ ଚଢାଉ । 1500 ଲିଟର ପୋଚ ନଷ୍ଟ କରାଯିବା ସହ 40 ଲିଟର ଦେଶି ମଦ ଜବତ ହୋଇଛି ଏହା ସହ ଏକ ମହିଳା କୁ ଗିରଫ କରାଯାଇଛି । ଗିରଫ ମହିଳା ଜଣକ ହେଲେ ଗଡ ଚିକିଲି ଗ୍ରାମର ସେଙ୍କୁଳା ନାୟକ

। ସୂଚନା ମୁତାବକ ବିଶେଷ ସୂତ୍ରରୁ ଖବର ପାଇ ବଡଗଡ ପୋଲିସ ଏକ ଟିମ୍ ଗଠନ କରି ଦୁଇ ପୃଥକ୍ ସ୍ଥାନ ଅର୍ଥାତ୍ ଗୌଡଗୋଠା ଓ ଗଡ ଚିକିଲି ଗ୍ରାମରେ ଚଢ଼ାଉ କରିଥିଲା । ଗୌଡ଼ଗୋଠ ଗ୍ରାମରେ ପ୍ରସ୍ତୁତ ହେଉଥିବା 1500 ଲିଟର ରନ୍ଧା ପୋଚ୍ କୁ ନଷ୍ଟ କରାଯିବା ସହ ଗଡଚିକିଲି ଗ୍ରାମରେ ଜଣେ ମହିଳା ଦେଶି ମଦ ମଧ୍ୟ ବିକ୍ରି କରୁଥିବା ଦେଖି ଉକ୍ତ ମହିଳା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେହି ମହିଳାଙ୍କ ଠାରୁ 40 ଲିଟର ଦେଶି ମଦ ଜବତ କରିଛି ବଡଗଡ ପୋଲିସ ।
ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ
