୧୫ତମ ଶୀତଳଷଷ୍ଠୀ ମହୋତ୍ସବ
ଶାନ୍ତି ସେନା ଆନୁକୁଲ୍ୟରେ ହେବାକୁଥିବା ୧୫ତମ ଶୀତଳଷଷ୍ଠୀ ମହୋତ୍ସବ ଲାଗି ସାମ୍ବାଦିକ ସମ୍ମିଳନୀ
ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଯାଜପୁର ଜିଲ୍ଲା କିନ୍ନର ସଂଘ ଶାନ୍ତି ସେନା ଆନୁକୁଲ୍ୟରେ ୧୫ତମ ଶୀତଳଷଷ୍ଠୀ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ମହୋତ୍ସବରେ ଶିବ ପାର୍ବତୀ ବିବାହ ଦଳା ଗ୍ରାମ ନିବାସୀ ତ୍ରିଲୋଚନ ସାମଲ ଶିବଙ୍କ ପିତା ଓ ଲକ୍ଷ୍ମୀନଗର ନିବାସୀ ପ୍ରଦୀପ କୁମାର ପରିଡ଼ା ମାତା ପାର୍ବତୀଙ୍କ ପିତା ଭାବେ ଯୋଗଦାନ କରିବେ । ଏହି ମହୋତ୍ସବ କିନ୍ନରମାନଙ୍କ ଦ୍ବାରା ବହୁ ଆଡ଼ମ୍ବରରେ ପାଳନ ହେବାକୁ ଯାଉଛି । ଏଥିରେ ସମାଜର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ମହୋତ୍ସବ ତା ୩୦.୦୫.୨୦୨୫ ରୁ ତା ୦୧.୦୬.୨୦୨୫ ପର୍ୟ୍ୟନ୍ତ ୩ ଦିନ ଧରି ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
