16 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ
16 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, 3 ଗିରଫ,ଲକ୍ଷେ 62 ହଜାର ନଗଦ ଟଙ୍କା ଜବତ, ପୁରୀ ଚନ୍ଦନପୁର ଥାନା ପୋଲିସର ବଡ ସଫଳତା। ତିନିଜଣ ଧଳାଜହର ବେପାରୀଙ୍କୁ ଗିରଫ କଲା ଚନ୍ଦନପୁର ଥାନା ପୋଲିସ। ସେମାନଙ୍କ ଠାରୁ ପ୍ରାୟ ୧୫୭ ଗ୍ରାମରୁ ଉର୍ଦ୍ଧ୍ବ ଗ୍ରାମର ବ୍ରାଉନସୁଗାର ସହିତ ୧ ଲକ୍ଷ ୬୩ ହଜାର ୫୨୦ ଟଙ୍କା, ୨ଟି ମୋଟର ସାଇକେଲ ସହ ୩ ଟି ମୋବାଇଲ ଫୋନ ମଧ୍ୟ ପୋଲିସ ଜବତ କରିଛି l

ଗିରଫ ଅଭିଯୁକ୍ତ ହେଉଛନ୍ତି ଚନ୍ଦନପୁର ଥାନା ଅଞ୍ଚଳର ପ୍ରଦୀପ କୁମାର ପଣ୍ଡା, ଲିଟୁ ପ୍ରଧାନ, ନିରଞ୍ଜନ ପରିଡା l ସ୍ପେସିଆଲ ସ୍କ୍ୱାଡ଼ ଓ ଚନ୍ଦନପୁର ଥାନା ପୋଲିସ ମିଳିତ ଉଦ୍ୟମରେ ଏହି ଚଡାଉ କରାଯାଇଥିଲା ବୋଲି ପୁରୀ ଏସ୍ପି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
