ଢେଙ୍କାନାଳରେ ୯୭ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୧୬ହଜାର ୭୮୦ ଜଣ ମାଟ୍ରିକ ପରୀକ୍ଷାର୍ଥୀ
କାମାକ୍ଷାନଗର୨୦/୦୨/୨୪-ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ୪ ସ୍ତରୀୟ ପ୍ରଶ୍ନୋତ୍ତର ସିଟ ସହିତ ନୂଆ ଗାଇଡ଼ ଲାଇନରେ ପୁରୁଣା ଫର୍ମାଟରେ ଚାଲିଛି ପରୀକ୍ଷା। ଢେଙ୍କାନାଳ ଜିଲ୍ଲାରେ ମୋଟ ୯୭ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୧୬ ହଜାର ୭୮୦ଜଣ ଛାତ୍ରଛାତ୍ରୀ। ଯେଉଁ ମାନଙ୍କ ମଧ୍ୟରେ ମଧ୍ୟମାର ୧୧ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଚଳିତ ବର୍ଷ କାମାକ୍ଷାନଗର ଉପଖଣ୍ଡରେ ୪ଟି ବ୍ଲକରେ କଙ୍କଡ଼ାହାଡ଼ରେ ୯ଟି, ପରଜଙ୍ଗରେ ୧୦ଟି, ଭୁବନରେ ୧୧ଟି ଓ କାମାକ୍ଷାନଗରରେ ୧୨ଟି ସେଣ୍ଟରରେ ପରିକ୍ଷା ଦେଉଛନ୍ତି। ପରୀକ୍ଷାକୁ ଶାନ୍ତି ଶୃଙ୍ଖଳା ଏବଂ କପି ମୁକ୍ତ କରିବା ସହ ପରିଚାଳିତ କରିବା ପାଇଁ ସିସିଟିଭି ଏବଂ ଓ୍ବେବ କ୍ୟାମେରାର ବ୍ୟବସ୍ଥା ହୋଇଛି। ପ୍ରତି ସେଣ୍ଟରରେ ଜଣେ ଲେଖାଏଁ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି। ସମ୍ବେଦନଶୀଳ ସେଣ୍ଟର ଗୁଡିକୁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ସ୍ଥାନୀୟ ଅଧିକାରୀ ମାନଙ୍କୁ ବୁଲି ଦେଖିବାକୁ ନୋଟିସ ହୋଇଛି। ଯାହାକୁ ନେଇ ମାଟ୍ରିକ ପରୀକ୍ଷା ପ୍ରାୟ କଡାକଡି ହୋଇଛି। ଏ ନେଇ ମଧ୍ୟ ବେଶ ଖୁସି ଅଛନ୍ତି ଛାତ୍ରଛାତ୍ରୀ। ନୂଆ ଢାଞ୍ଚାରେ ୪ସ୍ତର ବିଶିଷ୍ଟ ପ୍ରଶ୍ନୋତ୍ତର ସିଟ ପ୍ରଶ୍ନ ପତ୍ର ଭାଇରଲକୁ ରୋକିବାରେ ବେଶ ସହାୟକ ହେବ। ଏଥିସହିତ ସେଣ୍ଟର ସୁପାରିଟେଣ୍ଡେଣ୍ଟଙ୍କ ଉପରେ ନ୍ୟସ୍ତ ସମସ୍ତ ପରୀକ୍ଷା କାର୍ଯ୍ୟ। ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମୋବାଇଲ ବାରଣ ଥିବାରୁ ପରୀକ୍ଷାରେ ସ୍ଵଚ୍ଛତା ରହିବ ବୋଲି ଆଶା ରଖିଛି ବୋର୍ଡ।
