ସାଉଦି ଆରବରେ ଓଡିଆ ସଙ୍ଗଠନ”ଉତ୍କଳିକା”ର ୧୬ତମ ବାର୍ଷିକ ଉତ୍ସବ ପାଳିତ।

ସାଉଦି ଆରବରେ ପ୍ରବାସୀ ଓଡ଼ିଆ ସଂଗଠନ “ଉତ୍କଳିକା” ନିଜର ୧୬ ତମ ବାର୍ଷିକ ଉତ୍ସବ ସାଉଦି ଆରବର ଜୁବେଲ ଠାରେ ପାଳନ ହୋଇ ଯାଇଛି। ଏଥିରେ ୨୪୦ ଓଡିଆ ପରିବାର ସମେତ ୬୦୦ ରୁ ଅଧିକ ଓଡ଼ିଆ ସଦସ୍ୟ ଯୋଗଦେଇଥିଲେ, ପ୍ୟାରୀମୋହନ ମଲିକଙ୍କ ସ୍ବାଗତ ଭାଷଣ ପରେ ଓଡ଼ିଶୀ ନୃତ୍ୟ,ସମ୍ବଲପୁରୀ ନୃତ୍ୟ, ଗୀତ, ନାଟକ ଓ ପାଲା, ପ୍ରଦର୍ଶନ ହୋଇଥିବା ବେଳେ ଯୋଗଦେଇଥିବା କଳାକାର ଏବଂ ଅନୁଷ୍ଠାନମାନଙ୍କୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଡ.ବିଦ୍ୟାଭୂଷଣ ମହାନ୍ତି ଏବଂ ସମ୍ମାନିତ ଅତିଥି ଫିରୋଜ୍ ଖନ୍ ଯୋଗ ଦେଇଥିଲେ ଉତ୍କଳିକା ଚିପ୍ କୋଡ଼ିନେଟର ବନ ବିହାରି ମହାନ୍ତି ନିଜ ଭାଷଣ ମାଧ୍ୟମରେ ଓଡ଼ିଶାର ସଂସ୍କତି, ଐତିହ୍ୟ ଓ ପ୍ରାଚୀନତାର ଗୌରବ ପୂର୍ଣ୍ଣ କୀର୍ତ୍ତିରାଜି ଆଜି ସୁବର୍ଣ୍ଣ ତ୍ରିଭୁଜ ଭାବରେ ଠିଆ ହୋଇଛି ବୋଲି କହିଥିଲେ। ଏଥି ସହିତ “ମୁ ଓଡ଼ିଆ ମୋ ଭାଷା ବଢିଆ” ର ସ୍ଲୋଗାନ ସହ,ଦୀପ ପ୍ରଜ୍ୱଳନ କରି, ଉତ୍କଳୀୟ ମହାପୁରୁଷଙ୍କ ସମେତ ଅନ୍ୟାନ୍ୟ ଦେଶପ୍ରେମୀ ଙ୍କ ସ୍ମୃତି ଚାରଣ କରିଥିଲେ। ଏଥିସହିତ ଅନୁଷ୍ଠାନର ବାର୍ଷିକ ପତ୍ରିକା “ଉତ୍କଳିକା” ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରାରମ୍ଭରେ, ମୁସ୍ତାପା ବେଗ ଓ ସଂଯୁକ୍ତା ପାଢ଼ୀଙ୍କ ଅଧ୍ୟକ୍ଷତା ରେ ଓଡିଶା ର ଜାତୀୟ ସଂଗୀତ ” ବନ୍ଦେ ଉତ୍କଳଜନନୀ ” କିଛି ଗୀତିକାରଙ୍କ ଦ୍ଵାରା ପରିବେଷଣ କରଯାଇଥିଲା। ଏଥି ସହିତ ରୋଜା ରୀୟାଦ ଏବଂ କଳିଙ୍ଗାନା ଦମ୍ମାମ ର ଅତିଥି ମାନଙ୍କୁ ସମ୍ମାନିତ କରାଯାଇଥିଲା, ଅନୁଷ୍ଠାନର ସଦସ୍ୟ ସରୋଜକାନ୍ତ ପାତ୍ର,ବିଭୁ ପ୍ରସାଦ ଦାସ, ଚିନ୍ମୟ ପ୍ରସାଦ ଲେଙ୍କା, ସୁଶାନ୍ତ ପ୍ରଧାନ, ଦିନେଶ ପଟ୍ଟନାୟକ, ମନୋଜ ନାୟକ, ଜୟନ୍ତ ମହାପାତ୍ର, ସୁଧୀର ସେନାପତି,ଉମାକାନ୍ତ ପାଢ଼ୀ, ପ୍ରତାପ ଗର୍ଡିଆ, ସୁବାସିଶ ସୁନ୍ଦର ରାୟ ,ବସନ୍ତ ଦାସ, ପ୍ରଭାତ ପରିଡ଼ା, ଜିତୁ , ହେମନ୍ତ, ରାଜକିଶୋର,ଦେବବ୍ରତ ମିଶ୍ର,ପଙ୍କଜ ସିଂ, ମିନାର ଅପା, ପ୍ରଦୀପ ବରୁ ,ଭଗବାନ, କୁନ୍ କୁନ ଦାସ, ସସ୍ମିତା ଦାସ, ବବିତା ମହାନ୍ତି, ସବନା ଅଞ୍ଜମ, ସୋଭାମୟୀ ପାଲ,ଶତାବ୍ଦୀ ତନୟା, ଅର୍ଚ୍ଚିତା, ଅନିତା ପଟ୍ଟନାୟକ, ସଙ୍ଗୀତା ମହାପାତ୍ର ସମେତ ବହୁ ସଦସ୍ୟ ମାନେ କାର୍ଯ୍ୟକ୍ରମ କୁ ସଫଳତାର ସହିତ ତୁଲାଇବା ପାଇଁ ସହୋଜୋଗ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକେ ନୃତ୍ୟ,ଗୀତର ତାଳେ ତାଳେ ଝୁମିବା ସହ କମେଡି ନାଟକ ର ମଜା ଉଠାଇଥିଲେ, ଏଥି ସହିତ ସମସ୍ତ ପରିବାର ଓଡ଼ିଆ ଭାଇଚାରା ର ମନଭାବ ରଖି ଓଡ଼ିଆ ଖାଦ୍ୟ ଖାଇ ଖୁସି ମନାଇଥିଲେ। ସର୍ବ ଶେଷରେ ସଂଗଠନ ଉପଦେଷ୍ଟା ଅଜୟ କୁମାର ଦାସ ଏବଂ ଅଧ୍ୟକ୍ଷ ବନ ବିହାରି ମହାନ୍ତି କାର୍ଯ୍ୟକ୍ରମ ସଫଳତାର ସହିତ ସମାପ୍ତ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *