୧୭୫ତମ ଦେଖିଲେଖ ପ୍ରତିଯୋଗିତା
ପୁରୀ:୨୫/୧୧: ସ୍ଥାନୀୟ ଦତ୍ତତୋଟା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ପିଲାମାନଙ୍କ ମଧ୍ୟରେ ଟିକିତାରା ଭ୍ରାମ୍ୟମାଣ ସାହିତ୍ୟ ସଂସ୍ଥା ପକ୍ଷରୁ ଦେଖିଲେଖ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଷଷ୍ଠ ଶ୍ରେଣୀରୁ ଶୁଭଶ୍ରୀ ନାୟକ, ସାଇଶ୍ରେୟା ଜେନା, ସର୍ବେଶ୍ଵର ବେହେରା ; ସପ୍ତମ ଶ୍ରେଣୀରୁ ରେକଲା ଅନୁସୂରିୟା, ଆରବ ନାୟକ, ମେହେତାଜ ବାନୋ; ଅଷ୍ଟମ ଶ୍ରେଣୀର ଜାଗୃତି ନାୟକ,

ଚନ୍ଦ୍ରଶେଖର ବିଶୋୟୀ, ଧରିତ୍ରୀ ବେହେରା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରି ପ୍ରମାଣପତ୍ର ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବୀଣାପାଣି ସ୍ୱାଇଁ, ରାଧାଶ୍ୟାମ ପଟ୍ଟନାୟକ, କଳ୍ପନା ନାୟକ ଏବଂ କଳ୍ପନା ସାହୁ ପ୍ରତିଯୋଗିତା ପରିଚାଳନା କରିଥିଲେ। ସମ୍ପାଦକ ବିପିନ ବିହାରୀ ଦଳାଇ ଦେଖିଲେଖିବା ଶୈଳୀ ବିଷୟରେ ସୂଚନା ପ୍ରଦାନ କରିଥିଲେ।।
