୧୭୬ତମ ଦେଖିଲେଖ ପ୍ରତିଯୋଗିତା
୧୭୬ତମ ଦେଖିଲେଖ ପ୍ରତିଯୋଗିତା
ପୁରୀ:୨୬/୧୧: ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଶ୍ୱେତଗଙ୍ଗା, ପୁରୀ ର ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାମାନଙ୍କ ମଧ୍ୟରେ ଟିକିତାରା ଭ୍ରାମ୍ୟମାଣ ସାହିତ୍ୟ ସଂସ୍ଥା ପକ୍ଷରୁ ଦେଖିଲେଖ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଚତୁର୍ଥ ଶ୍ରେଣୀର ସତ୍ୟଜିତ ସାଇମନ ପଣ୍ଡା, ଭୱ୍।ଲି ହରିଚନ୍ଦନ, ନିବେଦିତା ପୃଷ୍ଟି, ପଞ୍ଚମ ଶ୍ରେଣୀର ଓମ୍ ବେହେରା, ସାହିଲ କୁମାର ଦେ, ଜିତ କୁମାର ଦାଶ, ଷଷ୍ଠ ଶ୍ରେଣୀର ଅଭିପ୍ସା ଦାଶ, ସାଇ ସନ୍ତୋଷ ମହାପାତ୍ର, ଏବଂ ସପ୍ତମ ଶ୍ରେଣୀର ନାରାୟଣ ଦାଶ, ଅଂଶୁମାନ କର, ସାଇପ୍ରିୟା ବାରିକ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରି ପ୍ରମାଣପତ୍ର ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସୁରେଶ ମିଶ୍ର, ଶ୍ରୀମତୀ ଅଞ୍ଜଳି ପାତ୍ର, ଶ୍ରୀମତୀ ଅଞ୍ଜଳି ମିଶ୍ର ଏବଂ ଶ୍ରୀଯୁକ୍ତ ମନୋଜ କୁମାର ମିଶ୍ର ପ୍ରତିଯୋଗିତା ପରିଚାଳନା କରିଥିଲେ। ସମ୍ପାଦକ ବିପିନ ବିହାରୀ ଦଳାଇ ଦେଖିଲେଖିବା ଶୈଳୀ ବିଷୟରେ ସୂଚନା ପ୍ରଦାନ କରିଥିଲେ।।
