୧୭ ତମ ଆଦିବାସୀ ୟୁବ ଭାବ ବିନିମୟ କାର୍ଯ୍ୟକ୍ରମ ।
କନ୍ଧମାଳ, ଫୁଲବାଣୀ, କେନ୍ଦ୍ର ସରକାର ଙ୍କ ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇ ଭାରତ ଫୁଲବାଣୀ ଓ ୧୨୭ ସିଆରପିଫ ବାଲିଗୁଡା ର ମିଳିତ ଆନୁକୂଲ୍ୟରେ ୧୭ ତମ ଆଦିବାସୀ ଯୁବ ଭାବବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳ ହାଇଦ୍ରାବାଦ ଯାତ୍ରା l ଏହି ଅବସରରେ ସାମ୍ବାଦିକ ଭବନ ସଭାଗୃହ ଫୁଲବାଣୀ ଠାରେ ରେ ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବରେ ପୋଲିସ ହାଇସ୍କୁଲ ର ପୂର୍ବତନ ପ୍ରଧାନଶିକ୍ଷକ ଦେବୀ ପ୍ରସାଦ ଶତପଥୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ସିଡବ୍ଲୁସି ସଭ୍ୟ ପ୍ରଫେସର ପ୍ରସନ୍ନ ବିଶୋଇ, ଆଇନଜୀବୀ ଦୀପକ କୁମାର ରଥ ଏବଂ ମାଇଭାରତ ଫୁଲବାଣୀ ର ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ପାଇଁ ଫିରିଙ୍ଗିଆ ବ୍ଲକର ୨୦ ଜଣ ଭାଇ ଓ ଭଉଣୀ ମାନେ ଯାତ୍ରା କରୁଥିଲେ l ଏସକଟ ଭାଵରେ ୧୨୭ ସିଆରପିଫ ବାଲିଗୁଡା ର ସବିତା ମିଶ୍ର, ଆର୍ ଭୀମ ମୁଦ୍ ସାଥିରେ ଯାତ୍ରା କରୁଛନ୍ତି l ଏହି କାର୍ଯ୍ୟକ୍ରମ ଟି ୧୨/୧୧/୨୦୨୫ ରିଖ ଠାରୁ ୧୮/୧୧/୨୦୨୫ ରିଖ ପର୍ଯ୍ୟନ୍ତ ହାଇଦ୍ରାବାଦ , ତେଲେଙ୍ଗାନା ଠାରେ ଅନୁଷ୍ଠିତ ହେବ l ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ୍ୟକ୍ରମ ର ମୁଖ୍ୟଲକ୍ଷ ଓ ଉଦେଶ୍ୟ ବିଷୟରେ ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରି ଥିଲେ l ବୈଠକରେ ମାଇ ଭାରତ ଫୁଲବାଣୀ ର ସହକର୍ମୀ ସତ୍ୟବାନ ଦଳବେହେରା ମୁଖ୍ୟ ଅତିଥି ସନମାନିତ ଅତିଥି ଓ ଉପସ୍ଥିତ ଭାଇ ଓ ଭଉଣୀ ମାନଙ୍କୁ ସ୍ୱାଗତ କରିଥିବା ବେଳେ ଶିବାନୀ କହଁ ର ଧନ୍ୟବାଦ ଦେଇ ସଭା ସାଙ୍ଗ କରି ଥିଲେ l
