୧୮୦ତମ ଦେଖିଲେଖ ପ୍ରତିଯୋଗିତା
୧୮୦ତମ ଦେଖିଲେଖ ପ୍ରତିଯୋଗିତା
ପୁରୀ:୧୧/୧୨: ସ୍ଥାନୀୟ ଓ୍ୱାଟରଓ୍ୱାର୍କ୍ସ ରୋଡ ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୫ମରୁ ୮ମ ଶ୍ରେଣୀର ପିଲାମାନଙ୍କ ମଧ୍ୟରେ ଟିକିତାରା ଭ୍ରାମ୍ୟମାଣ ସାହିତ୍ୟ ସଂସ୍ଥା ପକ୍ଷରୁ ଦେଖିଲେଖ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୫ମ ଶ୍ରେଣୀର ଦିପ୍ତୀମୟୀ ବିଶ୍ୱାଳ , ଦେବକୀ ପ୍ରଧାନ, ପ୍ରଜ୍ଞା ପ୍ରିୟଦର୍ଶିନୀ, ୬ଷ୍ଠ ଶ୍ରେଣୀର ଆର ବର୍ଷା ରେଡି, କିରଣ ବେହେରା, ସନ୍ଧ୍ୟା ବେହେରା, ୭ମ ଶ୍ରେଣୀର ଇତିଶ୍ରୀ ସାମନ୍ତରାୟ, ରାଲିନା ନାୟକ, ଲକ୍ଷ୍ମୀପ୍ରିୟା ନାୟକ, ୮ମ ଶ୍ରେଣୀର ଗୀତାଞ୍ଜଳି ଦୋରା, ଏଲିନା ଲେଙ୍କା ଏବଂ ଶାରଳା ପ୍ରସନ୍ନ ବେହେରା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରି ପ୍ରମାଣପତ୍ର ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ବବିତା ମିଶ୍ର, ସୁକୀର୍ତୀ ମହାନ୍ତି, ଜୟନ୍ତୀ ସବୁତ, ବନ୍ଦିତା ମିଶ୍ର, ଦେବେନ୍ଦ୍ର କୁମାର ବେହେରା, ଲକ୍ଷ୍ମୀପ୍ରିୟା ସେଠୀ, ତ୍ରିଲୋଚନ ପଟ୍ଟନାୟକ (ପିଟିଟି)ପ୍ରତିଯୋଗିତା ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତାରେ ପୁରୀ ସଦର ସହ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ ରାଜକିଶୋର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଦେଖିଲେଖିବା, ସୁନ୍ଦର ଗୋଲ ଲେଖିବାପାଇଁ ବୁଝାଇ କହିଥିଲେ ।ସମ୍ପାଦକ ବିପିନ ବିହାରୀ ଦଳାଇ ଦେଖିଲେଖିବା ଶୈଳୀ ବିଷୟରେ ସୂଚନା ପ୍ରଦାନ କରିଥିଲେ।।
