ଜଗତସିଂହପୁରରେ 18 ତମ ଆନେକ୍ସ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ
05/05/25-ଜଗତସିଂହପୁର ଜିଲ୍ଲା ସଦର ସ୍ଥିତ ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆ ଠାରେ ୧୮ ତମ ସର୍ବ ଭାରତୀୟ ଟି -ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆନେକ୍ସ କପ ଉଦ୍ଘାଟିତ ହୋଇଯାଇଛି । ହିନ୍ଦୁସ୍ଥାନ ସ୍ପୋଟିଂ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବେ ବିଧାୟକ ଅମରେନ୍ଦ୍ର ଦାସ,ଏସ୍ପି ଭବାନୀ ଶଙ୍କର ଉଦଗାତା, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ପ୍ରମୁଖ ଯୋଗ ଦେଇ ଜଗତସିଂହପୁର ଜିଲ୍ଲାରେ ଏକ ସର୍ବ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇ ଜିଲ୍ଲାକୁ ଗୌରବାନିତ୍ୱ କରାଯାଇଛି । ଏହି ଆନେକ୍ସ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସାରା ରାଜ୍ୟରେ କିପରି ଆହୁରି ସୁନାମ ଅର୍ଜନ କରିବ ସେଥିପାଇଁ ଅତିଥି ମାନେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଆଜିର ଉଦ୍ଘାଟନୀ ମ୍ୟାଚ ଭୁବନେଶ୍ୱର ବାପୁଜୀ କ୍ରିକେଟ କ୍ଳବ ସହିତ କଟକ ସୋଲାର କ୍ରିକେଟ କ୍ଳବ ସହିତ ଅନୁଷ୍ଠିତ ହୋଇଥିଲା ।
