ମା’ନାଗେଶ୍ଵରୀଙ୍କର ୧୮ତମ ବାର୍ଷିକୋତ୍ସବ
ଯାଜପୁର ସହର ଉପକଣ୍ଟସ୍ଥ *ଆନ୍ଦୋଳା* ଗ୍ରାମରେ ପ୍ରତିବର୍ଷ ପରି ଗ୍ରାମଦେବତୀ ତଥା ଗ୍ରାମ ପଞ୍ଚାୟତର ଅଧୀଷ୍ଠାତ୍ରୀ ଦେବୀ *ମା’ନାଗେଶ୍ଵରୀ* ଙ୍କର ବାର୍ଷିକୋତ୍ସବ ତିନିଦିନ ଧରି ମହାସମାରୋହରେ ପାଳନ କରାଯାଇଅଛି । ଏହି ଉତ୍ସବ ପାଳନ ଅବସରରେ ତା-୨୮-୨-୨୬ରିଖ (ଶନିବାର)- ଅଧୀବାସ, ତା-୦୧-୦୩-୨୬ରିଖ (ରବିବାର)- ନାମ ସଂକୀର୍ତ୍ତନ,ତା-୦୨-୦୩-୨୬-ରିଖ (ସୋମବାର)-ମା’ଙ୍କର ସ୍ୱନକ୍ଷତ୍ର ଦିବସ ପାଳନ, ଯଜ୍ଞକାର୍ଯ୍ୟ, ପ୍ରସାଦ ସେବନ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।

ଏହି ମାଙ୍ଗଳିକ କାର୍ଯ୍ୟରେ ଆନ୍ଦୋଳା ତଥା ପଡ଼ୋଶୀ ଗ୍ରାମର ଗ୍ରାମବାସୀ ମାନେ ପୂର୍ଣ୍ଣମନରେ ସହଯୋଗ କରି ଅଛନ୍ତି। ବିଶେଷତଃ ଯୁବକମାନେ ବୟସ୍କ ବ୍ୟକ୍ତି ବିଶେଷଙ୍କର ପରାମର୍ଶକ୍ରମେ ଏହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ପ୍ରତିପାଦନ କରିବା ପରିଲକ୍ଷିତ ହୋଇଅଛି।
