୧୮ତମ ବାର୍ଷିକ ଅଷ୍ଟ ପ୍ରହରୀ ଓ ନାମ ଯଜ୍ଞ ଉତ୍ସବ.

ଗୋପ ୯/୦୩/୨୫ ନୟାହାଟ ଫାଣ୍ଡି ଅନ୍ତର୍ଗତ ଧୁମାଳ ପଂଚାୟତ ର ରଙ୍ଗତୋଟା ଗ୍ରାମରେ ଶନିବାରଦିନ ସନ୍ଧ୍ୟା ସମୟରେ ରେ ଗ୍ରାମର ଯୁବକ ମାନେ ଓ କର୍ତ୍ତା ବାବୁଲା ବେହେରା ସନାତନୀ ବୈଦିକ ରୀତିନୀତି ଅନୁସାରେ ମହୁରୀ, ଢୋଲ, ଘଣ୍ଟା ଘଣ୍ଟ ବଜାଇ ଓ ବାଣ ଫୁଟାଇ ପବିତ୍ର ପ୍ରାଚୀରୁ ଯଥାଵିଧି ଅନୁସାରେ କଳସ ଯାତ୍ରା କରାଯାଇ ୧୮ତମ ବାର୍ଷିକ ଅଷ୍ଟ ପ୍ରହର ଓ ନାମ ଯଜ୍ଞ ଶ୍ରୀ ଶ୍ରୀ ଅନନ୍ତ ବାସୁଦେବ ମନ୍ଦିର ପୀଠ ରେ ଅନୁଷ୍ଠିତ ହୋଇଛି.

ଏହି ଉତ୍ସବରେ ମନ୍ଦିର ପୂଜକ ରବୀନ୍ଦ୍ର ତ୍ରିପାଠୀ,ଅଶୋକମିଶ୍ର ଙ୍କ ନିର୍ଦ୍ଧେଶ କ୍ରମେ ଗ୍ରାମବାସୀ ଙ୍କ ସହଯୋଗ ରେ ସାଧୁସନ୍ତ ଏବଂ ଗ୍ରାବାସୀଙ୍କ ମାନଙ୍କ ଦ୍ୱାରା ଅଷ୍ଟ ପ୍ରହର ହରି ନାମ ସଂକ୍ରିତନକରାଯାଇଥିଲା. ଯାହାକି ସାରା ପରିବେଶ ହରିହାଟ ରେ ପରିଣତ ହୋଇଥିଲା. ଏହାକୁ ଶ୍ରବଣ କରିବା ପାଇଁ କାହିଁ କେତେ ଗ୍ରାମ ରୁ ଭକ୍ତ ମାନେ ଆସିଥିଲେ. ସମସ୍ତେ ଆନନ୍ଦରେ ପ୍ରଭୁଙ୍କ ପ୍ରସାଦ ସେବନ କରି ମହା ପ୍ରଭୁଙ୍କ ଆଶିଷ ଭିକ୍ଷା କରିଥିଲେ.

Leave a Reply

Your email address will not be published. Required fields are marked *