ଜନ ସୁଣାଣିରେ ୧୯୨ଟି ଅଭିଯୋଗ ଗ୍ରହଣ, ୪୫ଟି ତୁରନ୍ତ ସମାଧାନ

ଭଦ୍ରକ: ୦୫/୦୧/୨୦୨୬ ଭଦ୍ରକ ଜିଲ୍ଲାପାଳକଂ କାର୍ଯ‍୍ୟାଳୟରେ ଆଜି ସାର୍ବଜନିକ ଅଭିଯୋଗ ଯୁକ୍ତ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଯୁକ୍ତ ଶୁଣାଣିରେ ସର୍ବମୋଟ ୧୯୨ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିରୁ ୧୪୦ଟି ବ୍ୟକ୍ତିଗତ ସମସ୍ୟା ଏବଂ ୨୧ଟି ଗ୍ରାମ ସମସ୍ୟା ସମ୍ବନ୍ଧୀୟ ଥିଲା।ଏହି ଯୁଗ୍ମ ଶୁଣାଣି ଅବସରରେ ମୋଟ ୧,୮୯,୦୦୦/- ଟଙ୍କା ଅନୁଦାନ ରାଶି ମଞ୍ଜୁର କରାଯାଇଛି। ଏଥିମଧ୍ୟରୁ ୨୯ ଜଣ ଆବେଦକଙ୍କ ପକ୍ଷରେ ରେଡ୍ କ୍ରସ୍ ସହାୟତା ମାଧ୍ୟମରେ ୧,୬୯,୦୦୦/- ଟଙ୍କା ଏବଂ ୨ ଜଣ ଆବେଦକଙ୍କ ପକ୍ଷରେ ମୁଖ୍ୟମନ୍ତ୍ରୀ ରିଲିଫ କୋଷ (CMRF) ମାଧ୍ୟମରେ ୨୦,୦୦୦/- ଟଙ୍କା ମଞ୍ଜୁର କରାଯାଇଛି।

ଶୁଣାଣି ସମୟରେ ୪୫ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବାବେଳେ ଆର୍ଥିକ ସହାୟତା ପାଇଁ ୨ଟି ମାମଲା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (CMRF) ଏବଂ ୨୯ଟି ମାମଲା ରେଡ୍ କ୍ରସ୍ ପାଇଁ ଗ୍ରହଣ କରାଯାଇଥିଲା।ଏହି ଯୁକ୍ତ ଶୁଣାଣିରେ ଜିଲ୍ଲାପାଳ , ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଉପସ୍ଥିତ ରହି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣି ସମ୍ବନ୍ଧିତ ବିଭାଗକୁ ଶୀଘ୍ର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ଓ ସାଧାରଣ ଜନତା ମଧ୍ୟରେ ସଂଯୋଗ ସୁଦୃଢ଼ ହୋଇଥିବା ସହ ଲୋକଙ୍କ ସମସ୍ୟାର ଦ୍ରୁତ ସମାଧାନ ଦିଗରେ ପଦକ୍ଷେପ ନିଆଯାଇଛି।

Leave a Reply

Your email address will not be published. Required fields are marked *