୧୯୭୫ମସିହା ବି ଏନ ହାଇସ୍କୁଲ ବ୍ୟାଚର ବନ୍ଧୁମିଳନ
ଆନନ୍ଦପୁରସ୍ଥିତ ସର୍ବପୁରାତନ ଶିକ୍ଷାନୁଷ୍ଠାନ ବଳଭଦ୍ର ନାରାୟଣ ଉଚ୍ଚବିଦ୍ୟାଳୟର ୧୯୭୫ ମସିହା ବ୍ୟାଚ ଛାତ୍ରମାନଙ୍କର ବାର୍ଷିକ ବନ୍ଧୁମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଂଗତ ଶିକ୍ଷକ ଓ ସହପାଠୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଏହି ଅବସରରେ ଅଶୋକ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ପ୍ରଥମେ ପ୍ରବଚକ ଉମାକାନ୍ତ ନାୟକ ମଙ୍ଗଳାଷ୍ଟକ ଆବୃତ୍ତି କରିଥିଲେ l ସାହିତ୍ୟିକ ରମାକାନ୍ତ ନାୟକ,କବି କୀର୍ତ୍ତନ ସାହୁ,ଓଡିଶା ଅଲମ୍ପିକ ଆସୋସିଏସନ ପ୍ରାକ୍ତନ ଉପସଭାପତି ନବରଞ୍ଜନ ପଟ୍ଟନାୟକ, ରାଜେନ୍ଦ୍ର ନାରାୟଣ ଦାସ, ବିରଜା ପ୍ରସାଦ ନାୟକ ପ୍ରମୁଖ ଅତୀତର ସ୍କୁଲ ଅଧ୍ୟୟନ କାଳର ସ୍ମୃତି ରୋମନ୍ଥନ କରିଥିଲେ l ଏହି ବ୍ୟାଚ ଇତି ମଧ୍ୟରେ ପଚାଶ ବର୍ଷ ଅତିକ୍ରାନ୍ତ କରି ସାରିଥିବାରୁ ନବ ରଞ୍ଜନ ପଟ୍ଟନାୟକ ସମସ୍ତ ସହପାଠୀ ବନ୍ଧୁମାନଙ୍କୁ ପଚାଶବର୍ଷ ପୂର୍ତ୍ତି ସ୍ମୃତି ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l ସଭା ଶେଷରେ ଅମୀୟ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଜଗନ୍ନାଥ ସିଂ, ପ୍ରଦୀପ କୁମାର ନନ୍ଦୀ, ନିରାକାର ସାହୁ,ଭାଗିରଥି ସାମଲ, କୃଷ୍ଣ ସିଂ, ଲକ୍ଷ୍ମୀଧର ସାହୁ, ରରୋତ୍ତମ ସାହୁ, ନରେନ୍ଦ୍ର ରାଜ, ଗୋଲକ ବିହାରୀ ସାହୁ,ଶ୍ରୀକାନ୍ତ ପଟ୍ଟନାୟକ, କିଶୋର ମିଶ୍ର, ଗଗନ ବିହାରୀ ଭଟ୍ଟାଚାର୍ଯ୍ୟ, ଦାମୋଦର ରାମ, ଜଗବନ୍ଧୁ ରାମ ପ୍ରମୁଖ ପରିଚାଳନା କରିଥିଲେ l କାର୍ଯ୍ୟକ୍ରମରେ ସନାତନ ବେହେରା, ଈଶ୍ୱର ପାଢ଼ୀ, ସୁଦର୍ଶନ ରଣା, ପ୍ରଦୀପ ପାତ୍ର, ଜୟନ୍ତ ତ୍ରିପାଠୀ, ବଳରାମ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ସାହୁ, ଶରତ ସାହୁ, ଶରତ ମହାରଣା, ଯୋଗେନ୍ଦ୍ର ସାହୁ, ପଞ୍ଚାନନ ଦାସ, ବିନୟ ଦାସ, ସନାତନ ଖୁଣ୍ଟିଆ, ବୀରକିଶୋର ବେହେରା, ପ୍ରଫୁଲ୍ଲ ପାଢ଼ୀ, ଉତ୍ସବ ଜେନା, ରମେଶ ସିଂହ, ଶ୍ୟାମସୁନ୍ଦର ମହାନ୍ତି,ରମେଶ ସାହୁ, ହାଡିବନ୍ଧୁ ସାହୁଙ୍କ ସମେତ ଶତାଧିକ ପୁରାତନ ଛାତ୍ର ଯୋଗ ଦେଇଥିଲେ l
