ତରିକୁନ୍ଦ ହାଇସ୍କୁଲର ୧୯୭୯ ବ୍ୟାଚ୍ ବନ୍ଧୁମିଳନ ଉତ୍ସବ

ତରିକୁନ୍ଦ ହାଇସ୍କୁଲର ୧୯୭୯ ବ୍ୟାଚ୍ ବନ୍ଧୁମିଳନ ଉତ୍ସବ


ରଘୁନାଥପୁର -ତା ୩୦:୧୧:-ଜଗତସିଂହପୁର ଜିଲ୍ଲା ତଥା ରଘୁନାଥପୁର ବ୍ଲକ ଅଧିନ ତରିକୁନ୍ଦ ହାଇସ୍କୁଲ ଟି ଶିକ୍ଷା କ୍ଷେତ୍ରରେ ଜିଲ୍ଲା, ରାଜ୍ୟ ଓ ଦେଶ ବିଦେଶରେ ସୁନାମ ଅର୍ଜନ କରିସାରିଛି। ଏହି ବିଦ୍ୟାଳୟର ପୁରାତନ ଛାତ୍ର ଶ୍ରୀମନ୍ତ ଆଚାର୍ଯ୍ୟ ସୁଦୂର ଅଷ୍ଟ୍ରେଲିଆ ରେ ଆମ ଅଞ୍ଚଳର ସମ୍ମାନ ବଢ଼ାଇ ପାରିଛନ୍ତି। ସେ ଯାହା ହେଉ ଗତ ଶୁକ୍ରବାର ଏହି ବିଦ୍ୟାଳୟ ର ୧୯୭୯ ବ୍ୟାଚ୍ ପୁରାତନ ଛାତ୍ର ମାନେ ତାଙ୍କର ପଞ୍ଚଦଶ ତମ ବନ୍ଧୁମିଳନ ଉତ୍ସବ ତରିକୁନ୍ଦ ନିକଟସ୍ଥ ବିରିଡି ବ୍ଲକ୍ ବାଲିଆ ସ୍ଥିତ ମା ଭଗବତୀ ମନ୍ଦିର ପରିସରରେ ପାଳନ କରିଥିଲେ। ପୁରାତନ ଛାତ୍ର ଶ୍ରୀମନ୍ତ ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଏକ ବନ୍ଧୁତ୍ୱପୂର୍ଣ୍ଣ ସଭାକାର୍ଯ୍ୟ କରାଯାଇଥିଲା। ଏଥିରେ ବିଦ୍ୟାଳୟ ର ପୁରାତନ ଛାତ୍ର ତଥା ସାଦେଇପୁର ହାଇସ୍କୁଲ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ମହାରଣା,ଅଳକା ଉଚ୍ଚ ବିଦ୍ୟାଳୟ ର ଅବସରପ୍ରାପ୍ତ ଶିକ୍ଷକ ନୃସିଂହ ଚରଣ ପ୍ରଧାନ ଓ ନନ୍ଦ କିଶୋର ହୋତା ଅତିଥି ଭାବେ ଯୋଗଦେଇ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ କୁ ଅଧିକ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭ ରେ ଏହି ବ୍ୟାଚ୍ ର ଦିବଂଗତ ଛାତ୍ର ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ, ମୂରଲୀଧର ବେହେରା, ଲକ୍ଷ୍ମୀକାନ୍ତ ମହାନ୍ତି,ମାନସ କୁମାର ମହାନ୍ତି, ବିଭୂତି ଭୂଷଣ ସ୍ୱାଇଁ, ଦୂର୍ଗା ପ୍ରସାଦ ମିଶ୍ର,ବିଜୟ କୁମାର ବେହେରା, ରମାକାନ୍ତ ଭୋଇ, ରାଜକିଶୋର ସାହୁ,ଶିବଲାଭ ସାହୁ, ସୁଦର୍ଶନ ଆଚାର୍ଯ୍ୟ, ରଘୁନାଥ ଲେଙ୍କା,ଶେଖ ଅକ୍ତାର ଅଲ୍ଲୀ ଙ୍କ ସହ ପୂର୍ବତନ ପ୍ରଧାନ ଶିକ୍ଷକ ସୋମନାଥ ମିଶ୍ର ଙ୍କ ଉଦ୍ଦେଶ୍ୟରେ ଏକ ନୀରବ ପ୍ରାର୍ଥନା କରାଯାଇଥିଲା। ପୁରାତନ ଛାତ୍ର ଛାତ୍ରୀ ମାନେ ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରିବା ସହିତ ମାଆ ଭଗବତୀ ଙ୍କ ପୀଠରେ ପ୍ରସାଦ ସେବନ ର ଆନନ୍ଦ ନେଇଥିଲେ। ପୁରାତନ ଛାତ୍ରୀ ତଥା ଅବସରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ମେନକା ମହାପାତ୍ର ଅବସରପ୍ରାପ୍ତ ଶିକ୍ଷକ ବିଭୂତି ଭୂଷଣ ମକଦ୍ଦମ, ପ୍ରଫୁଲ୍ଲ ପଣ୍ଡା ନିଜ ଅଭିଭାଷଣରେ ବିଦ୍ୟାଳୟ ର ପୂର୍ବ କିମ୍ବଦନ୍ତୀ ବର୍ଣ୍ଣନା କରିଥିଲେ। ଶେଷରେ ତରିକୁନ୍ଦ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଏହି ବ୍ୟାଙ୍କ ର ପୂର୍ବତନ ଛାତ୍ର ଶ୍ରୀବତ୍ସ ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *