ସାମ୍ବାଦିକ ବିମଳ ପ୍ରସାଦ ଦାସଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ

ସାମ୍ବାଦିକ ବିମଳ ପ୍ରସାଦ ଦାସଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ ସ୍ଥାନୀୟ ସର୍ବମଙ୍ଗଳା ପାଠାଗାର ସଭାଗୃହରେ ଶିବ ସୁନ୍ଦର ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ପୂଜ୍ୟ ପୂଜା ସମିତି ଦ୍ୱାରା ଆୟୋଜିତ ଏହି ସ୍ମୃତିଚାରଣ କାର୍ଯ୍ୟକ୍ରମକୁ ସୁଶ୍ରୀ କ୍ରିଷ୍ଣା ମହାପାତ୍ର, ସୁଶ୍ରୀ ସର୍ବାଣୀ ଦାସ ପରିଚାଳନା କରିଥିଲେ। ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, କୃଷ୍ଣଚନ୍ଦ୍ର ପଣ୍ଡା, ବିପିନ ବିହାରୀ ଦଳାଇ, ରଞ୍ଜିତା ମହାପାତ୍ର, କଳ୍ପନା ଦାସ, ପ୍ରମୋଦ ପ୍ରଧାନ, ପଣ୍ଡିତ ଦୟାନିଧି ପଣ୍ଡା, ସୁକାନ୍ତ ପଣ୍ଡା, ସତ୍ୟଭାମା ପ୍ରଧାନୀ, ବିଷ୍ଣୁପ୍ରିୟା ମହାନ୍ତି, କୃଷ୍ଣପ୍ରିୟା ମହାନ୍ତି, ଦୀପ୍ତି ସିଂ, ପୂର୍ଣ୍ଣିମା ମହାନ୍ତି, ସଞ୍ଜୁକ୍ତା ତ୍ରିପାଠୀ , ଶ୍ୟାମପ୍ରକାଶ ସେନାପତି, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଦେବପ୍ରିୟ ମହାନ୍ତି, ଦୀପକ ପଟ୍ଟନାୟକ, ରବିନାରାୟଣ ମହାନ୍ତି, ଉପାସକ ଉମେଶ ଦାସ, ପତ୍ନୀ ସୁଷମା ଦାସ, ପୁତ୍ର ବିଶ୍ୱରଂଜନ ଦାସ, ଜାମାତା ଖିତିଶ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ କରିଥିଲେ। ଭାଗବତ, ଗୀତା, ସର୍ବଧର୍ମ ପ୍ରାର୍ଥନା ପାଠ କରିଥିଲେ ଉପାସକ ଉମେଶ ଦାସ । ମହାପ୍ରସାଦ ସେବନ ପରେ ସଭା ସାଙ୍ଗ କରାଇଲା।

Leave a Reply

Your email address will not be published. Required fields are marked *