ଦୁଇ ବାଇକ ଚୋର କୁ ଗିରଫ କଲା ଫୁଲବାଣୀ ପୋଲିସ
ଦୁଇ ବାଇକ ଚୋର କୁ ଗିରଫ କଲା ଫୁଲବାଣୀ ପୋଲିସ l
ଫୁଲବାଣୀ ପୋଲିସର କଡା ପେଟ୍ରୋଲିଙ୍ଗ ସ୍ୱତେ ମଧ୍ୟ ସହରର ବିଭିନ୍ନ ସ୍ଥାନରୁ ବାଇକ, ସ୍କୁଟି ଚୋରି ହୋଇଥିବା ଅଭିଯୋଗ ହୋଇ ଥିଲା l ଚୋରି ବାଇକକୁ ଠାବ କରିବା ପାଇଁ ଆଇ ଆଇସି ପି. ସ୍ୱରୂପ କିସାନ ଙ୍କ ନେତୃତ୍ୱ ରେ ସବ ଇନସ ପେକ୍ଟର ମନରଞ୍ଜନ ଭୋଇ ଆଦ୍ୟ ତା ୦୫/୦୫/୨୦୨୫ରିଖ ସମୋବର୍ ସକାଳ ଭୋର ପାଞ୍ଚ ଟା ସମୟରେ ପୋଲିସର ପେଟ୍ରୋଲିଙ୍ଗ କରିବା ବେଳେ ଏକ ନମ୍ବର ବିହୀନ ସ୍କୁଟିରେ ଜଣେ ବ୍ୟକ୍ତିଙ୍କୁ ଦେଖି ପୋଲିସ ସନ୍ଧେହ କରି ତାର ପରିଚୟ ପଚାରିବା ସହିତ ଗାଡ଼ି କାଗଜ ପତ୍ର ଯାଞ୍ଚ କରିଥିଲେ କିନ୍ତୁ ତା ପାଖରୁ କୌଣସି ସନ୍ତୋଷ ଜନକ ଉତ୍ତର ନପାଇବାରୁ ଥାନା କୁ ଆଣି ପଚରା ଉଚୁରା କରିବା ସମୟରେ ସ୍କୁଟିଟି ଚୋରି କରିଥିବା ସେ ମାନିନେଇଥିଲେ l ତାହା ସହିତ ତାର ଅନ୍ୟ ସହଯୋଗୀଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା l ଅଧିକ ତଦନ୍ତ କରିବା ବେଳେ ସେମାନେ ବିଭିନ୍ନ ସ୍ଥାନରୁ ପାଞ୍ଚଟି ଗାଡ଼ି ସହିତ ଗୋଟିଏ ଆଇ ଫୋନ ଚୋରି କରିଥିବା ମାନି ନେଇ ଥିଲେ l ଉକ୍ତ ଚୋରି ଜିନିଷ କୁ ପୋଲିସ ଜବତ କରିବା ସହିତ ଉପଯୁକ୍ତ କାଗଜ ପତ୍ର ଯାଞ୍ଚ କରି ଚୋରି ହୋଇଥିବା ଗାଡ଼ି ମାଲିକକୁ ହସ୍ତାନ୍ତର କରିଥିଲେ l ଅଭିଯୁକ୍ତ ମାନେ ହେଲେ, ଫୁଲବାଣୀ ସହର ମୁଣ୍ଡିଆ ସାହିର ଦୁଇଜଣ ବ୍ୟକ୍ତି ରାହୁଲ ନାୟକ ବୟସ ୨୨ ବର୍ଷ,କୈଳାଶ କାମ୍ପା ବୟସ ୨୪ ବର୍ଷକୁ ଗିରଫ କରି ବଡ ଧରଣ ରକେଟର ସମ୍ପୃକ୍ତ ନେଇ ସନ୍ଧେହ କରି ଅଧିକ ତଦନ୍ତ କରି କୋର୍ଟ ଚାଲାଣ କରାଯାଇଥିବା ସଦର ଏସ୍ଡ଼ିପିଓ ଶୁଭ୍ର ଜିତ ବିଶ୍ୱାଳ ସାମ୍ବାଦିକ ସମ୍ମିଳନୀ ରେ ଗଣମାଧ୍ୟମ କୁ ସୂଚନା ଦେଇଥିଲେ l ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ଏସ୍ଡ଼ିପିଓ ଶୁଭ୍ର ଜିତ ବିଶ୍ୱାଳ,ଆଦର୍ଶ ଟାଉନ ଥାନା ଅଧିକାରୀ ପି. ସ୍ୱରୂପ କିସାନ, ସବ ଇନିସ ପେକ୍ଟ ର ମନୋରଞ୍ଜନ ଭୋଇ, ଏ ଏସ ଆଇ ସରୋଜ ସରୋଜ ସାହୁ ସମେତ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ l ଭବିଷ୍ୟତରେ ଯେପରି ଏହିସବୁ କାର୍ଯ୍ୟ ସହରରେ ନ ହେବା ସେଥି ପ୍ରତି ପୋଲିସ ନଜର ରଖିଥିବା
କଥା ଶୁଣିବାକୁ ମିଳିଥିଲା ।
